ଟାଇଟଲ ଟକ୍କର: ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି । ଆଜି ଯିଏ ଜିତିବ ସିଏ ହେବ ପ୍ରଥମ ଚାମ୍ପିୟନ

100

କନକ ବ୍ୟୁରୋ: ଫାଇନାଲ ଫାଇଟ ପାଇଁ ପଡିଲା ଟସ୍ । ବିଶ୍ୱକପ୍ କ୍ରିକେଟର ଟାଇଟଲ ଲଢେଇ ପାଇଁ ଟସ ପଡିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ଐତିହାସିକ ଲଡ୍ସ ଗ୍ରାଉଣ୍ଡରେ ପଡିଲା ଟସ । ଟସ ଜିତିଲା ନ୍ୟୁଜିଲାଣ୍ଡ । ଟସ ଜିତି ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡର ନିଷ୍ପତ୍ତି ନେଇଛି ।

ତେବେ ଆଜିର ମ୍ୟାଚରେ ସବୁଠାରୁ ବଡ କଥା ହେଉଥି ବିଶ୍ୱକପରେ ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡ ପୂର୍ବରୁ କେବେ ବି ବିଶ୍ୱକପ୍ ଜିତି ନାହାନ୍ତି । ତେଣୁ ଚଳିତ ଥର ବିଶ୍ୱ କ୍ରିକେଟ୍ ଦେଖିବ ନୂଆ ଚାମ୍ପିୟନ ଟିମ୍ । ସେମିଫାଇନାଲରୁ ଭାରତକୁ ବିଦା କରି ଫାଇନାଲକୁ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ସେପଟେ ଅଷ୍ଟ୍ରେଲିଆକୁ ସେମିରେ ମାତ୍ ନେଇ ଫାଇନାଲରେ ପହଂଚିଛି ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ ।

ତେବେ ଆଜିର ଫାଇନାଲ ମ୍ୟାଚ୍ ରୋମାଚଂକର ହେବା ଆଶାକରାଯାଉଛି । ଇଅନ ମୋର୍ଗାନଙ୍କ ଇଂଲଣ୍ଡ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକ୍ରାର ପ୍ରଦର୍ଶନ କରିଆସିଛି । ସେପଟେ ଇଂଲଣ୍ଡର ବ୍ୟାଟିଂ ଲାଇନକୁ କଡା ଟକ୍କର ଦେବ ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ପେସ୍ ବାହିନୀ । ସେମିଫାଇନାଲରେ ଚମକ୍ରାର ପ୍ରଦର୍ଶନ କରି ଭାରତକୁ ହରାଇ ଫାଇନାଲରେ ପହଂଚିଥିବା ନ୍ୟୁଜିଲାଣ୍ଡ ଟାଇଟଲ୍ ପାଇଁ ଆଉ ଏକ ଚମକ୍ରାର ପ୍ରଦର୍ଶନ ଲକ୍ଷ୍ୟରେ ରହିବ ।

୨୦୧୫ ବିଶ୍ୱକପରେ ରନର୍ସ ଅପ୍ ହୋଇଥିବା ନ୍ୟୁଜିଲାଣ୍ଡ ଏଥର ପ୍ରଥମ ବିଶ୍ୱକପ୍ ଦଖଲ କରିବା ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ନ୍ୟୁଜିଲାଣ୍ଡର ଓପନିଂ ଯୋଡ଼ି କ୍ଲିକ୍ କଲେ ବିଶ୍ୱକପ୍ କିୱି ଟିମ୍ ପାଇଁ ସହଜ ହୋଇଯିବ ।