କନକ ବ୍ୟୁରୋ : ୱଲିଂଟନ୍ ଟେଷ୍ଟ ସିରିଜ୍ରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବିଜୟ ସହ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ହୋଇଛି । ଏହି ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତ ଦ୍ବିତୀୟ ପାଳିରେ ୧୯୧ ରନ୍ରେ ଅଲ୍ଆଉଟ ହୋଇ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଯାହା ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଅତି ସହଜରେ ୧୦ ୱିକେଟରେ ଜିତି ନେଇଥିଲା ।
ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୫୮ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୫ ୱିକେଟ ନେଇ ଏହି ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ପାଇଛନ୍ତି । ପ୍ରଥମ ପାଳିରେ ଭାରତ ୧୬୫ ରନ୍ରେ ଅଲ୍ଆଉଟ ହୋଇଯାଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୩୪୮ ରନ୍ କରିଥିଲା ପରେ ଭାରତ ୧୯୧ ରନ୍ରେ ଅଲ୍ଆଉଟ ହେବାପରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଅତି ସହଜରେ ୧୦ ୱିକେଟରେ ଜିତି ୨ଟି ମ୍ୟାଚ୍ ବିଶିଷ୍ଟ ସରିଜ୍ରେ ୧-୦ ରେ ଆଗୁଆ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/INDVSNZ.jpg)