ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା । ୨୨ ବର୍ଷ ପରେ ଇଂଲଣ୍ଡରେ ରଚିଲା ଇତିହାସ

273

କନକ ବ୍ୟୁରୋ: ଭାରତ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ବଡ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ୨ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୮ ୱିକେଟରେ ଜିତି ନେଇଛି । ଫଳରେ ନ୍ୟୁଜିଲାଣ୍ଡ ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି ।

ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ନ୍ୟୁଜିଲାଣ୍ଡକୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଥିଲା । ଏହାପୂର୍ବରୁ ୪ଟି ଟେଷ୍ଟ ସିରିଜରୁ ୩ଟିରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର ରହିଥିଲା । ନ୍ୟୁଜିଲାଣ୍ଡ ଶେଷଥର ପାଇଁ ୧୯୯୯ ମସିହାରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଥିଲା ।

ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୮ରୁ ୨୨ ଜୁନ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳାଯିବ । ନ୍ୟୁଜିଲାଣ୍ଡର ଏଭଳି ବିଜୟ ଏବେ ଟିମ ଇଣ୍ଡିଆର ଚିନ୍ତା ବଢାଇଦେଇଛି । ପୂରା ସିରିଜରେ ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଟେଷ୍ଟ ଚାମ୍ପିୟନସିପରେ ନ୍ୟୁଜିଲାଣ୍ଡ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।