କାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାମିଲଟନରେ ହେବ ହାଇଭୋଲଟେଜ୍ ଟକ୍କର, ଟି-୨୦ ସିରିଜ ପରେ ଦିନିକିଆରେ ଦମ୍ ଦେଖାଇବ ବିରାଟ ବାହିନୀ ।

Advertisment
କାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାମିଲଟନରେ ହେବ ହାଇଭୋଲଟେଜ୍ ଟକ୍କର, ଟି-୨୦ ସିରିଜ ପରେ ଦିନିକିଆରେ ଦମ୍ ଦେଖାଇବ ବିରାଟ ବାହିନୀ ।

କନକ ବ୍ୟୁରୋ : ଘରୋଇ କିୱି ଦଳ ବିପକ୍ଷରେ କାଲିଠୁ ଆରମ୍ଭ ହେବ ଦିନିକିଆ ଲଢେଇ । ଟି-୨୦ ସିରିଜରେ କ୍ଲିନ୍ ସୁଇପ ପରେ ଦିନିକିଆରେ ମଧ୍ୟ ଦମ୍ ଦେଖାଇବା ପାଇଁ ପ୍ରସ୍ତୁତ ହୋଇସାରିଛି ବିରାଟ ବାହିନୀ । କାଲି ନ୍ୟୁଜିଲାଣ୍ଡର ହାମିଲଟନରେ ହେବ ହାଇଭୋଲଟେଜ୍ ଟକ୍କର । ଭାରତୀୟ ସମୟ ଅନୁସାରେ ସକାଳ ସାଢେ ୭ଟାରେ ଏହି ମ୍ୟାଚ୍ ଖେଳାଯିବ ।

ତେବେ ଯୁବ ଖେଳାଳୀଙ୍କୁ ନେଇ କାଲି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କାରଣ ଏହି ସିରିଜ ପାଇଁ ରୋହିତ ଶର୍ମା, ଶିଖର ଧାୱନଙ୍କ ଭଳି କେତେକ ଅଭିଜ୍ଞ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ କାଲିର ରୋମାଞ୍ଚକର ମ୍ୟାଚରେ ଲୋକେଶ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ କିମ୍ବା ପୃଥ୍ୱୀ ସ ଭାରତୀୟ ଦଳ ପାଇଁ ପାଳି ଆରମ୍ଭ କରିପାରନ୍ତି । ବିଶେଷ ପରିବର୍ତ୍ତନ ନହେଲେ ମଧ୍ୟ ଦଳରେ ସାମାନ୍ୟ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ବିରାଟ କୋହଲି ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ (ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଶିଭମ ଦୁବେ, ପୃଥ୍ୱୀ ସ, ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା, ନଭଦୀପ ସୈନୀ, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରା, କୁଲଦୀପ ଯାଦବ, କେଦାର ଯାଦବ, ସାର୍ଦ୍ଦୁଲ ଠାକୁର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe