ଟି-୨୦ ବିଶ୍ୱକପରେ ଆଜି ଗୁରୁତ୍ୱପୁର୍ଣ୍ଣ ମୁକାବିଲା । ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର, ଫଳାଫଳ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ ।

168

କନକ ବ୍ୟୁରୋ : ଆଜିର ମ୍ୟାଚ୍ ଭାରତ ପାଇଁ ମୂଲ୍ୟବାନ । ଆଜି ଆଫଗାନିସ୍ତାନ-ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଭାରତ ପାଇଁ ଏହି ମ୍ୟାଚର ଫଳାଫଳ ବେଶ ନିର୍ଭର କରେ । ତେବେ ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚରେ ଜିତିଲେ ଟି-୨୦ ବିଶ୍ୱକପର ସେମିଫାଇନାଲକୁ ଉନ୍ନୀତ ହେବ । ସେହିପରି ଯଦି ଆଫଗାନିସ୍ତାନ ଜିତିବ ତେବେ ଭାରତ ପାଇଁ ଖୋଲିପାରେ ସେମିଫାଇନାଲ ଦ୍ୱାର । ଭାରତ ତାର ପ୍ରଥମ ୨ ମ୍ୟାଚରେ ପରାଜୟ ହୋଇ ଆରମ୍ଭରୁ ନିଜର ସେମିଫାଇନାଲକୁ ଉନ୍ନୀତ ପ୍ରବେଶ ସମ୍ଭାବନାକୁ ଝୁଲେଇ ରଖିଥିଲା ।

ତେବେ ପରବର୍ତ୍ତୀ ୨ ମ୍ୟାଚରେ ଭାରତ ପୁଣି ଥରେ ଯଦିଓ ଟ୍ରାକକୁ ଫେରିଛି ହେଲେ ଏପର୍ଯ୍ୟନ୍ତ ତାର ରାସ୍ତା ସଫା ହୋଇପାରିନାହିଁ । ଭାରତ ତାର ଶେଷ ମ୍ୟାଚକୁ ନାମିବିଆ ବିରୋଧରେ ଖେଳିବ । ତେବେ ଏହି ମ୍ୟାଚରେ ଭାରତ ବିଜୟ ହେଲେ ମଧ୍ୟ ଆଫଗାନିସ୍ତାନର ବିଜୟ ଭାରତକୁ ତାର ଆଗାମୀ ଅଭିଯାନ ସ୍ଥିର କରିବ । ଯଦି ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡକୁ ତୁଳନା କରାଯାଏ ତାହାଲେ ଆଫଗାନ ଦଳ ଅଳ୍ପ ଦୁର୍ବଳ ରହିଛି । କିନ୍ତୁ ଆଫଗାନିସ୍ତାନର ବୋଲିଙ୍ଗ ଲାଇନ ବେଶ ଷ୍ଟ୍ରଙ୍ଗ ଥିବାରୁ ନ୍ୟୁଜିଲ୍ୟାଣ୍ଡ ପାଇଁ ଜିତିବା ଏତେ ସହଜ ହେବନି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ସଫଳ ହୋଇପାରୁଛି କି ନାହିଁ ।