ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ । ଷ୍ଟାର ଖେଳାଳୀ ଦଳରୁ ପଡିଲେ ବାଦ୍, ନୂଆ ମୁହଁ ଭାବେ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ସୁଯୋଗ ।

ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ । ଷ୍ଟାର ଖେଳାଳୀ ଦଳରୁ ପଡିଲେ ବାଦ୍, ନୂଆ ମୁହଁ ଭାବେ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ସୁଯୋଗ ।

କନକ ବ୍ୟୁରୋ : ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ ଟିମ୍ । କେନ୍ ୱିଲିୟମସନଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ କିୱି ଦଳ । ୱିଲିୟମସନ ଆହତ ହୋଇଥିଲେ ମଧ୍ୟ ତାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଗତ ଆଇପିଏଲ ସମୟରେ ୱିଲିୟମସନ୍ ଆହତ ହୋଇଥିଲେ ତେବେ ବିଶ୍ୱକପ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନି ।

ଘୋଷିତ ୧୫ ଜଣିଆ ଟିମରୁ କିଛି ଅନୁଭବୀ ଖେଳାଳୀଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । କାଇଲି ଜେମିସନ, ଫିନ୍ ଏଲନ ଟିମ୍ ସେଫର୍ଟ ଓ ଆଡାମ ମିଲନ୍ସଙ୍କ ଭଳି  ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିଭଳି ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର ଓ ହଂକଂ ପାଇଁ ଖେଳିଥିବା ମାର୍କ ଚାପମ୍ୟାନଙ୍କୁ ୧୫ ଜଣିଆ ଟିମରେ ସାମିଲ କରାଯାଇଛି ।

ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡିଥିବା ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିଛି । ଉଭୟ ୱିଲିୟମସନ ଓ ଟିମ୍ ସାଉଦିଙ୍କର ଏହା ଚତୁର୍ଥ ବିଶ୍ୱକପ ଥିବା ବେଳେ ରଚିନ୍ ରବୀନ୍ଦ୍ର, ମାର୍କ ଚାପମ୍ୟାନ୍, କନୱେ, ଗ୍ଲେନ ଫିଲିପ୍ସ ଓ ୱିଲ୍ ୟଙ୍ଗଙ୍କର ଏହା ପ୍ରଥମ ବିଶ୍ୱକପ୍ । ଚଳିତ ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ଗତ ୨ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ବିଶ୍ୱକପ ଜିତି ପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe