କନକ ବ୍ୟୁରୋ :  ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଅଷ୍ଟ୍ରେଲିଆ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା । ଟସ୍‌ ଜିତିବା ପରେ କ୍ୱିଓ୍ଵି ଦଳକୁ ଅଷ୍ଟ୍ରେଲିଆ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ୮୫ ରନ୍‌ ଯୋଗୁଁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଛି । ଫଳରେ ଅଷ୍ଟ୍ରେଲିଆକୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି ।

Advertisment

କେନ୍‌ ଓ୍ଵିଲିୟମ୍‌ସନ୍‌ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୪୮ଟି ବଲ୍‌ର ସାମ୍ନା କରି ୧୦ଟି ଚୌକା ଓ ୩ଟି ଛକା ମାରି ୧୭୭.୦୮ ହାରରେ ୮୫ ରନ୍‌ ସଂଗ୍ରହ କରିଥିଲେ ।