ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଭାରତ ସାମ୍ନାରେ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା କିୱି ଦଳ । 

66

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚରେ ୧୬୫ ରନର ବିଜୟ ଲକ୍ଷ୍ୟ ଦେଇଛି କିୱି ଦଳ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୬୪ ରନ୍ ଅକ୍ତିଆର କରିଛି । ମାର୍ଟିନ୍ ଗପତିଲ୍ ଏବଂ ମାର୍କ ଚାପମ୍ୟାନଙ୍କ ଧୂଆଁଦାର ବ୍ୟାଟିଂ ବଳରେ କିୱି ଦଳ ରୋହିତ୍ ବାହିନୀ ସାମ୍ନାରେ ୧୬୫ରନ୍ ର ବିଜୟ ଲକ୍ଷ୍ୟ ରଖିଛି ।

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଟସ୍ ଜିତି ଭାରତର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ପାୱାର ପ୍ଲେରେ କିୱି ଦଳର ଓପନିଂ ଯୋଡ଼ି ଭଲ ପାଟନରସିପ୍ କରିଥିଲେ ମଧ୍ୟ ଖେଳର ମଧ୍ୟଭାଗରେ ୱିକେଟ୍ ପତନ ଯୋଗୁ ରନ୍ ସ୍କୋରରେ ଧିମା ହୋଇଯାଇଥିଲା । ଯାହା ଫଳରେ ୨୦ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ସାମ୍ନାରେ ୧୬୫ ରନର ବିଜୟ ଲକ୍ଷ୍ୟ ଦେଇଛି । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଏବଂ ଅଶ୍ୱିନୀ ୪ ଓଭର ବୋଲିଂ କରି ୨ଟି ଲେଖାଏଁ ଅକ୍ତିଆର କରିଛନ୍ତି । ତେବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଦ୍ୱିପାକ୍ଷିକ ସିରିଜରେ ମୋଟ୍ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ।