ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଝଟକା, ଦଳରୁ ବାଦ ପଡିଲେ ୩ ଖେଳାଳୀ

225

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବା ପୂର୍ବରୁ ଭାରତୀୟ ଟିମକୁ ଝଟକା ଲାଗିଛି । ଆହତ କାରଣରୁ ଭାରତୀୟ ଦଳରୁ ୩ ପ୍ରମୁଖ ଖେଳାଳୀ ବାଦ ପଡିଛନ୍ତି । ଏନେଇ ବିସିସିଆଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିବା ୩ ଜଣ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ରବିନ୍ଦ୍ର ଜାଡେଜା,ଇଶାନ୍ତା ଶର୍ମା ଓ ଆଜିଙ୍କ୍ୟ ରାହାଣେ । ସ୍ପେଶ ବୋଲର ଇଶାନ୍ତା ଶର୍ମା କାନପୁର ଟେଷ୍ଟର ଶେଷ ଦିନରେ ଏକ ଘଟଣାକ୍ରମେ ତାଙ୍କର ବାମ ହାତର କାଣି ଆଙ୍ଗୁଳି ରେ ଆଘାତ ଲାଗିଥିଲା । ଏହା ବ୍ୟତୀତ ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା କାରଣରୁ ସେ ବି ଦଳରୁ ବାଦ ପଡିଛନ୍ତି ।

ସେହିିଭଳି କାନପୁର ଟେଷ୍ଟର ଶେଷ ଦିନରେ ଆଜିଙ୍କ୍ୟ ରାହାଣେ ଫିଲ୍ଡିଂ କରୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା । ତାହା ଠିକ ହୋଇ ନଥିବାରୁ ତାଙ୍କୁ ବି ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି । ଏପରିସ୍ଥଳେ ଯେତେବେଳେ ଦଳରୁ ୩ ପ୍ରମୁଖ ଖେଳାଳୀ ବାଦ ପଡିଛନ୍ତି ତେବେ ପ୍ଲେଇଙ୍ଗ ଇଲେଭେନରେ କିଏ ରହିବେ ତାହାକୁ ନେଇ ଚର୍ଚ୍ଚା । ଆଶା କରାଯାଉଛି କି କେ.ଏମ ଭରତଙ୍କୁ ଦ୍ୱିତୀୟ ଟେଷ୍ଟରେ ଦଳ ଡେବ୍ୟୁ କରିପାରେ । କହିରଖୁ କି ଗତକାଲି ରାତିରେ ବର୍ଷ କାରଣରୁ ଆଜିର ମ୍ୟାଚ ବିଳମ୍ବରେ ଆରମ୍ଭ୍ ହେବ । ୧୦.୩୦ ରେ ଆରମ୍ଭ ହେବାକୁ ଥିବା ମ୍ୟାଚ ପିଚ୍ ଶୁଖିବା ପରେ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।