କାୟା ମେଲାଉଛି କରୋନା : ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ନ୍ୟୁଜିଲାଣ୍ଡ‌ ପ୍ରବେଶ ମନା

କାୟା ମେଲାଉଛି କରୋନା : ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ନ୍ୟୁଜିଲାଣ୍ଡ‌ ପ୍ରବେଶ ମନା

କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଅସ୍ଥାୟୀ ରୂପରେ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ନ୍ୟୁଜିଲାଣ୍ଡକୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି ।

ନ୍ୟୁଜିଲାଣ୍ଡର ନିଜସ୍ୱ ନାଗରିକଙ୍କ ସମେତ ସମସ୍ତ ଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ଏହି ନିଷେଧାଜ୍ଞା ଏପ୍ରିଲ୍‌ ୧୧ ତାରିଖ ସ୍ଥାନୀୟ ସମୟ ଅପରାହ୍ଣ ୪ଟାରୁ ଏପ୍ରିଲ୍‌ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ‌ କହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଛି । ପୁନର୍ବାର ଯାତ୍ରୀମାନଙ୍କୁ ଦେଶ ପ୍ରବେଶ ଅନୁମତି ଦେବା ଲାଗି ଏହି ନିଷେଧାଜ୍ଞା ଜାରି ସମୟ ମଧ୍ୟରେ ‘ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌’ ପଦକ୍ଷେପ ସବୁର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଗତ ତିନି ଦିନ ଧରି ଭାରତରେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରିପୋର୍ଟ ହେଉଥିବା ବେଳେ ନ୍ୟୁଜିଲାଣ୍ଡ‌ ଭାରତୀୟ ଯାତ୍ରୀଙ୍କ ନିମନ୍ତେ ଏଭଳି ନିଷେଧାଜ୍ଞା ଜାରି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe