କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଅସ୍ଥାୟୀ ରୂପରେ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ନ୍ୟୁଜିଲାଣ୍ଡକୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି ।
New Zealand PM Jacinda Ardern temporarily suspends entry for all travellers from India, including its own citizens, following a high number of positive #COVID19 cases arriving from there. The suspension starts on April 11 and will be in place until April 28: Reuters pic.twitter.com/MCNUdLZTNs
— ANI (@ANI) April 8, 2021
ନ୍ୟୁଜିଲାଣ୍ଡର ନିଜସ୍ୱ ନାଗରିକଙ୍କ ସମେତ ସମସ୍ତ ଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ଏହି ନିଷେଧାଜ୍ଞା ଏପ୍ରିଲ୍ ୧୧ ତାରିଖ ସ୍ଥାନୀୟ ସମୟ ଅପରାହ୍ଣ ୪ଟାରୁ ଏପ୍ରିଲ୍ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଛି । ପୁନର୍ବାର ଯାତ୍ରୀମାନଙ୍କୁ ଦେଶ ପ୍ରବେଶ ଅନୁମତି ଦେବା ଲାଗି ଏହି ନିଷେଧାଜ୍ଞା ଜାରି ସମୟ ମଧ୍ୟରେ ‘ରିସ୍କ୍ ମ୍ୟାନେଜ୍ମେଣ୍ଟ୍’ ପଦକ୍ଷେପ ସବୁର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଗତ ତିନି ଦିନ ଧରି ଭାରତରେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରିପୋର୍ଟ ହେଉଥିବା ବେଳେ ନ୍ୟୁଜିଲାଣ୍ଡ ଭାରତୀୟ ଯାତ୍ରୀଙ୍କ ନିମନ୍ତେ ଏଭଳି ନିଷେଧାଜ୍ଞା ଜାରି କରିଛି ।