ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

90

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ହେବ ଜବରଦସ୍ତ ଟକ୍କର । ସମ୍ଭବତଃ ‘କର ବା ମର’ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଟି-୨୦ ବିଶ୍ୱକପରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ହାରିଯାଇଥିବାରୁ ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ସେମିଫାଇନାଲ ରେସରେ ନିଜକୁ ବଜାୟ ରଖିବାକୁ ହେଲେ ଆଜିର ମ୍ୟାଚ୍ ନିହାତି ଜିତିବାକୁ ପଡ଼ିବ । ମ୍ୟାଚ ପୂର୍ବରୁ ବିରାଟ ପ୍ରେସ କନଫରେନ୍ସ କରି ନିଜ ପ୍ରସ୍ତୁତି ବିଷୟରେ କହିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଜିତିବାକୁ ଦଳ ସବୁପ୍ରକାର ପ୍ରୟାସ କରିବ ବୋଲି କହିଥିଲେ କ୍ୟାପଟେନ କୋହଲି ।