କନକ ବ୍ୟୁରୋ: ଲଗାତାର ଦ୍ୱିତୀୟ ମ୍ୟାଚରେ ହାରିଲା ଭାରତ । ନ୍ୟୁଜିଲାଣ୍ଡଠୁ ଭାରତ ଶୋଚନୀୟ ପରାଜୟ ସ୍ୱିକାର କରିଛି । ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ସେହିପରି ଭାରତ ଲଗାତାର ୨ଟି ପରାଜୟ ସହ ପଛରେ ପଡିଯାଇଛି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ହେଲେ ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ରୋହିତ, ରାହୁଲ, କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରିଥିଲା ।
୧୧୧ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଦଳ । ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଡାରିଲ ମିଚେଲ ବିସ୍ଫୋରକ ୪୯ ରନ କରିଥିଲେ । ଫଳରେ ଦଳ ୧୪ ଓଭରରେ ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/FDCstwJVIAAnmXE.jpg)