ମୋଦି ସରକାରଙ୍କ ଅଡ଼ୁଆ ବଢାଇବ ଆସିଫା ଓ ଉନ୍ନାଓ ଦୁଷ୍କର୍ମ ଘଟଣା ! ଆମେରିକା ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ରିପୋର୍ଟ

85

ଆସିଫାକାଣ୍ଡ ଓ ଉନ୍ନାଓ ଘଟଣାରେ ଦେଶବ୍ୟାପି କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଦେଶବାହାରେ ମଧ୍ୟ ଏହାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ସେପଟେ ଏଭଳି ଘଟଣା ମୋଦିଙ୍କୁ ଅଡୁଆରେ ପକାଇଥିବା ଆମେରିକାର ସର୍ବାଧିକ ପ୍ରସାରିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି । ଜାଣନ୍ତୁ କଣ କହିଛି ଏହି ଗଣମାଧ୍ୟମ ।

୮ବର୍ଷୀୟା ଆସିଫା ବାନୁ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ବିଦେଶରେ ବି ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ନିଜ ମୁଖବନ୍ଧରେ ସ୍ଥାନୀତ କରିଛି ଆମେରିକାର ସବୁଠୁ ଲୋକପ୍ରିୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ । ଏଭଳି ଘଟଣା ମୋଦିଙ୍କ ଅଡୁଆ ବଢ଼ାଇଥିବା ନ୍ୟୁୟର୍କ ଟାଇମ୍ସ କହିଛି । ଆମେରିକାର ସର୍ବାଧିକ ପ୍ରସାରିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ମୁଖବନ୍ଧରେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ଓ ଏହା ମୋଦିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଇଛି । ତୀବ୍ର ପ୍ରତିବାଦ ପରେ ଶାସକ ଦଳର ଦୁଇ ରାଜ୍ୟମନ୍ତ୍ରୀ ଇସ୍ତଫା ଦେବା, ସୁପ୍ରିମକୋର୍ଟ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବା ପରେ ପ୍ରଧାନମନ୍ତ୍ରୀ ସଂକ୍ଷିପ୍ତ ବୟାନ୍ ରଖିବା ତାଙ୍କ ପାଇଁ ବୁମେରାଂ ହେବା କୁହାଯାଇଛି ।

୨୦୧୨ ନିର୍ଭୟାକାଣ୍ଡ ପାଇଁ ତକ୍ରାଳୀନ ମନମୋହନ ସରକାର ଯେପରି ସମାଲୋଚିତ ହୋଇଥିଲେ ମୋଦି ମଧ୍ୟ ଆସିଫା ଘଟଣାରେ ସମାନ ସ୍ଥିତିର ସମ୍ମୁଖୀନ ହେବେ ବୋଲି ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଛି ।

ତେବେ ନ୍ୟୁୟର୍କ ଟାଇମ୍ସ ୫ଟି ଦିଗ ଉପରେ ମୁଖ୍ୟତଃ ଉଲ୍ଲେଖ କରିଛି ।
୧. କାଠୱା ଘଟଣାରେ ପୀଡ଼ିତା ମୁସଲିମ୍ ହୋଇଥିବାବେଳେ ୮ ଜଣ ଅଭିଯୁକ୍ତ ହେଉଛନ୍ତି ହିନ୍ଦୁ । ମୁସଲିମ୍ ସମ୍ପ୍ରଦାୟ ଉଗ୍ର ହିନ୍ଦୁବାଦୀ ଏଜେଣ୍ଡା ଯୋଗୁ ବିଜେପି ଉପରେ ଭରସା କରିପାରୁନଥିବାରୁ ଏହା ମୋଦିଙ୍କ ପାଇଁ ଅଡୁଆ ବଢ଼ାଇବ ।
୨. ପୁଲିସକୁ ଚାର୍ଜସିଟ୍ ଦାଖଲ୍ ବେଳେ କିଛି ଓକିଲ ବାଧା ଦେବା ଓ ବିଚାରପତିଙ୍କ ପ୍ରକୋଷ୍ଠ ଭିତରେ ପୁଲିସ୍ ଚାର୍ଜସିଟ୍ ଲେଖିବା ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି ସହ ସଂପୃକ୍ତ ଓକିଲଙ୍କ ଆଡକୁ, ଯାହା ମୋଦିଙ୍କ ପାଇଁ ଆଉ ଏକ ଅଡୁଆ ।
୩. ୨୦୧୨ ନିର୍ଭୟାକାଣ୍ଡରୁ ବର୍ତମାନର ଶାସକ ଦଳ କିଛି ଶିକ୍ଷାଲାଭ କରିନାହାନ୍ତି । ତକ୍ରାଳୀନ ୟୁପିଏ ସରକାର ଯେପରି ସମାଲୋଚିତ ହୋଇଥିଲା, ଠିକ ସେଭଳି ଶିଥୀଳ ଓ ମନ୍ଥର ପଦକ୍ଷେପ ପାଇଁ ବିଜେପି ଓ ମୋଦି ଅଡୁଆରେ ପଡ଼ିବେ ।
୪. ଉନ୍ନାଓ ଘଟଣାରେ ବିଜେପି ବିଧାୟକ ଜଣେ ଯୁବତୀଙ୍କୁ ନିଜେ ଦୁଷ୍କର୍ମ କରିବା ଓ ପୀଡ଼ିତାଙ୍କ ବାପାଙ୍କୁ ମାରିବା ପାଇଁ ନିଜ ଭାଇ ଜରିଆରେ ଷଡ଼଼ଯନ୍ତ୍ର କରିବା କାଠ ଗଡ଼ାକୁ ଟାଣିଛି ବିଜେପିକୁ ଓ ଏହା ଭାରି ପଡ଼ିପାରେ ବିଜେପିକୁ ।
୫. ଦୁଇଟି ଘଟଣାରେ ବିରୋଧୀ ଦଳ ମିଡନାଇଟ୍ ମାର୍ଚ୍ଚ ଜରିଆରେ ଶାସକ ଦଳକୁ ଘେରିବାର ହୁଏତ ରାଜନୈତିକ ଲାଭ ମିଳିନପାରେ କିନ୍ତୁ ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଇବା ପାଇଁ କିନ୍ତୁ ବିଜେପିକୁ ମୂଲ୍ୟଦେବାକୁ ପଡ଼ିବ ।

ଆସିଫାକାଣ୍ଡ ନେଇ ବିଦେଶୀ ଗଣମାଧ୍ୟମ ରଖିଛି ପ୍ରତିକ୍ରିୟା । ସେପଟେ ଜାତିସଂଘ ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛି । ବଲିଉଡ କଳାକାରଙ୍କଠୁ ଆରମ୍ଭ କରି ଖେଳାଳୀଙ୍କ ପର୍ଯ୍ୟନ୍ତ ସବୁଠି ଦୋଷୀ ବିରୁଦ୍ଧରେ କଡ଼ା ଦଣ୍ଡବିଧାନ ପାଇଁ ଉଠିଛି ସ୍ୱର । ଯାହା ମୋଦି ସରକାରଙ୍କ ଅଡୁଆ ବଢ଼ାଇବା ଏକପ୍ରକାର ସ୍ପଷ୍ଟ ହୋଇଛି ।