ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର । କାର୍ଯ୍ୟକ୍ରମରେ ତରଣଜିତ ସିଂ ସନ୍ଧୁଙ୍କୁୁ ଗାଳିଗୁଜଜ ସହ ଧସ୍ତାଧସ୍ତି କଲେ ଖଲିସ୍ତାନୀ ସମର୍ଥକ

144

କନକ ବ୍ୟୁରୋ : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବବ୍ୟହାର । ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁ ଗୁରୁଦ୍ୱାରରେ ଘେରିଲେ ଖଲିସ୍ତାନୀ ସମର୍ଥକ । ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତି ଦେଉଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁଙ୍କ ସମର୍ଥକ ଏଭଳି କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବିକ, ରବିବାର ନ୍ୟୁୟର୍କର ଏକ ଗୁରୁଦ୍ୱାରକୁ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଖଲିସ୍ତାନୀ ସମର୍ଥକ ମାନେ ତରଣଜିତ ସିଂ ସନ୍ଧୁଙ୍କୁ ଠେଲାପେଲା କରିଥିଲେ । ଏଥିସହ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ତରଣଜିତ ସିଂ ସାନ୍ଧୁଙ୍କ ହାତ ଥିବା ସେମାନେ କହିଛନ୍ତି । ଏଥିସହ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ମଧ୍ୟ ହତ୍ୟା କରିଯିବା ନେଇ ଯୋଜନା କରୁଥିବା କହିବା ସହ ଆପଣଙ୍କ ହତ୍ୟା ପାଇଁ ଆପଣ ନିଜେ ଦାୟୀ ରହିବେ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି ।