କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ପ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କର ସମର୍ଥକମାନେ ପ୍ରଦର୍ଶନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ତାଙ୍କର ଅନେକ ସମର୍ଥକ ଚେତାବନୀ ମଧ୍ୟ ଦେଇଛନ୍ତି । ତେଣୁ ଟ୍ରମ୍ପ ଟାୱାରକୁ ନ୍ୟୁୟର୍କ ପୁଲିସ ଘେରି ରହିଥିବା ଜଣାପଡିଛି ।

Advertisment

ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିଯାଇଛି । ଏହି ମାମଲାରେ ଗିରଫଦାରୀକୁ ଏଡାଇବାକୁ ସେ କୋର୍ଟରେ ଯାଇ ଆତ୍ମସମର୍ପଣ କରିପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ପ ଟାୱାରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।publive-image

ଏଜେନ୍ସି ସୂଚନା ମୁତାବକ, ମୈନହଟ୍ଟନ୍ କ୍ରିମିନାଲ କୋର୍ଟହାଉସ୍ ପାଖ ମୁଖ୍ୟରାସ୍ତାକୁ ବନ୍ଦ କରିଦିଆଯାଇଛି । ଟ୍ରମ୍ପଙ୍କ କୋର୍ଟରେ ହାଜିରା ପୂର୍ବରୁ ତାଙ୍କର ସମର୍ଥକମାନେ ସହରରେ ବ୍ୟାପକ ପ୍ରଦର୍ଶନ କରିବେ ବୋଲି ପୁଲିସ ବିଭାଗ ଆଶଙ୍କା କରୁଛି । ରିପବ୍ଲିକାନ୍ ସାଂସଦ ମାର୍ଜୋରି ଟେଲର ଗ୍ରାନଙ୍କ ସମେତ ଟ୍ରମ୍ପଙ୍କ ସମର୍ଥକମାନେ ଏଥିପାଇଁ ପୂର୍ବରୁ ଚେତାବନୀ ଦେଇଛନ୍ତି । ଏହାସହ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଆସୁଛି ‘ୟଙ୍ଗ ରିପବ୍ଲିକାନ୍ କ୍ଲବ’ ଏହି ଦୁଇ ଦଳର କର୍ମୀ ତଥା ଟ୍ରମ୍ପଙ୍କ ସମର୍ଥକମାନେ ପ୍ରଦର୍ଶନ କରି ଆସି ନ୍ୟୁୟର୍କରେ ପହଞ୍ଚିବେ ବୋଲି ଜଣାପଡିବା ପରେ ପୁଲିିସ ସତର୍କ ହୋଇଛି ।