ଶାରଦୀୟ ପାର୍ବଣରେ ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା ; କହିଲେ ମାଆଙ୍କ ଆଶୀର୍ବାଦରୁ ମିଳିଥାଏ ଶକ୍ତି, ପ୍ରଥମ ଦିନରେ ଶୈଳପୁତୀ ବେଶରେ ପୂଜା ପାଉଛନ୍ତି ମାଆ

228

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା ନବରାତ୍ରୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପାବନ ପର୍ବ ଅବସରରେ ଜଗତଜନନୀ ମା ସମସ୍ତଙ୍କ ଜୀବନରେ ସୁଖ , ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ ବୋଲି କାମନା କରି ସେ ଟୁଇଟ୍ କରିଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ମା ଶୈଳପୁତ୍ରିଙ୍କ ଆରାଧନା କରାଯାଇଥାଏ ।

ତେଣୁ ଟୁଇଟରେ ମା ଶୈଳପୁତ୍ରିଙ୍କ ଏକ ମନ୍ତ୍ରୋଚାରଣର ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠାରୁ ୯ଦିନ ଧରି ଦଶହରା ପର୍ଯ୍ୟନ୍ତ ଜଗତଜନନୀ ମାଙ୍କୁ ବିଭିନ୍ନ ରୂପରେ ଆରାଧନା କରାଯାଏ ।