କନକ ବ୍ୟୁରୋ : ଚା ପିଇବା ହେଉଛି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଏହା ଜାଣିବା ପରେ ମଧ୍ୟ ଲୋକମାନେ କାହିଁକି ଚା ପିଉଛନ୍ତି? ସକାଳର ଆରମ୍ଭ ଚା’ ରୁ ହୋଇଥାଏ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଲୋକଙ୍କର ଚା’ ପିଇବାର ଅଭ୍ୟାସ ମଧ୍ୟ ରହିଛି । ଯଦି କିଛି କାମ ନାହିଁ, ଚାଲ ଚା ପିଇବା । ବିଶେଷକରି ଅଫିସରେ କାମ କରିବା ସମୟରେ ଏହି ଅଭ୍ୟାସ ସାଧାରଣ ଅଟେ ।

Advertisment

ଆମେ କାହିଁକି ଏହି ଅଭ୍ୟାସ ତ୍ୟାଗ କରିବା ପାଇଁ ସକ୍ଷମ ହୋଇପାରୁନୁ । ଏହି ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଏବଂ ଆମର ଆର୍ଥିକ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ । ଦେଶରେ ଗୋଟିଏ ଚା କପ୍ ର ମୂଲ୍ୟ ଅତି କମରେ ୧୦ ଟଙ୍କା । ଜଣେ ସାଧାରଣ ଲୋକ ଦିନକୁ ନିଶ୍ଚିତ ଭାବରେ ଦୁଇ କପ୍ ଚା ପିଅନ୍ତି । ଅର୍ଥାତ୍ ସେହି ବ୍ୟକ୍ତି ଅତି କମରେ ଦିନକୁ ୨୦ ଟଙ୍କା ଚା ପିଇବା ବାବଦରେ ଖର୍ଚ୍ଚ କରୁଛି । ଏମିତିବି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଦିନକୁ ଅନେକ ଥର ଚା ପିଇବା ପସନ୍ଦ କରନ୍ତି । ଯଦି ଘରେ ଚା ବନେଇ ପିଉଛନ୍ତି ତେବେ ଚିନି, ଚାପତି ଓ କ୍ଷୀର ପାଇଁ ବହୁତ ଅର୍ଥ ଖର୍ଚ୍ଚ ହୋଇଥାଏ । ଆପଣ ଏହାର ହିସାବ ରଖୁନାହାନ୍ତି, ସେଥି ପାଇଁ ଏହାର ଖର୍ଚ୍ଚ ଜାଣି ପାରୁନାହାନ୍ତି । ଏନେଇ ଓଡିଆରେ ଏକ ଢଗ ମଧ୍ୟ ରହିଛି ‘ଚା ପାନ ନୁହେଁ ଛୁଟିଆ ନିଶା, ଜଣାପଡେ ନାହିଁ ଟାଣେ ପଇସା’

ଆପଣ ନୂଆ ବର୍ଷରେ ଚା ପିଇବା ବନ୍ଦ କରିବାର ନିଷ୍ପତ୍ତି ନେଇପାରିବେ । ଏହାର ବହୁତ ପ୍ରକାର ଲାଭ ଅଛି । ସ୍ୱାସ୍ଥ୍ୟ ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଉନ୍ନତି ହେବ । ଏହାର ସମ୍ଭାବନା ଅଛିକି ଆପଣ ଚା ଛାଡି କୋଟିପତି ହୋଇପାରିବେ । ଆପଣ ଚା ଉପରେ ଯେଉଁ କର୍ଚ୍ଚ କରୁଛନ୍ତି, ସେହି ଅର୍ଥକୁ ଯଦି ଆପଣ ସଂଚୟ କରନ୍ତି । ତେବେ ଆପଣ କୋଟିପତି ହୋଇପାରିବେ ।
ସଂପୂର୍ଣ୍ଣ ସୂତ୍ର ବର୍ଣ୍ଣନା କରିବା, ଏହା କିପରି ସମ୍ଭବ ହେବ?
ଯଦି ଆପଣ ପ୍ରତିଦିନ ଦୁଇ କପ୍ ଲେଖାଏଁ ଚା ପିଉଛନ୍ତି, ତେବେ ଆପଣ ଏଥିରେ ଅତି କମରେ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାର ଅର୍ଥ ହେଉଛି ଆମେ ପ୍ରତି ମାସରେ ୬୦୦ ଟଙ୍କା ଚା ବାବଦରେ କର୍ଚ୍ଚ କରୁଛୁ । ଏହି ଟଙ୍କାକୁ ପ୍ରତିଦିନ ସଂଚୟ କରି କରି ଆପଣ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଆଜିକାଲି ସମସ୍ତେ ମ୍ୟୁଚୁଆଲ୍ ଫଣ୍ଡ୍ ବାବଦରେ ଅବଗତ ଅଛନ୍ତି । ଏଥିରେ ପ୍ରତିମାସ ବିନିଯୋଗ ସୁବିଧା ଉପଲବ୍ଧ । ଚା ପିଇବା ବନ୍ଦ କରିବେ ଏବଂ ଅବଶିଷ୍ଟ ଅର୍ଥକୁ ଏକ ବ୍ୟବସ୍ଥିତ ବିନିଯୋଗରେ ଲଗାଇପାରିବେ । ମ୍ୟୁଚୁଆଲ୍ ଫଣ୍ଡ୍ ଅନେକ ଲୋକଙ୍କୁ କୋଟିପତି ବନେଇଛି ।(ସୂଚନା : ମ୍ୟୁଚାଲ ଫଣ୍ଡରେ ବିନିଯୋଗ କରିବା ନିଷ୍ପତ୍ତି ଆପଣଙ୍କର)

ଯଦି ୨୦ବର୍ଷ ବୟସର ଯୁବକ ଚା ଅଭ୍ୟାସ ଛାଡି ପ୍ରତିଦିନ ୨୦ ଟଙ୍କା ସଂଚୟ କରନ୍ତି । ତେବେ ଏକ ମାସରେ ଏହାର ପରିମାଣ ୬୦୦ ଟଙ୍କା ହୋଇଯିବ । ଏହି ରାଶି ପ୍ରତିମାସରେ ମ୍ୟୁଚୁଆଲ୍ ପଣ୍ଡ୍ ଏସ.ଆଇପି ହେବା ଆବଶ୍ୟକ । ଯଦି ୪୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୨୦ ଟଙ୍କା ସଂଚୟ କରୁଛନ୍ତି ତେବେ ୧୦ କୋଟିରୁ ଅଧିକ ଟଙ୍କା ସଂଚୟ କରାଯାଇପାରିବ । ଯଦି ଆପଣ ପ୍ରତିମାସରେ ୬୦୦ ଟଙ୍କା ଏସ.ଆଇପି ଉପରେ ୨୦ ପ୍ରତିଶତ ରିର୍ଟନ ପାଇବେ ତେବେ ୪୦ ବର୍ଷ ପରେ ଏହା ସମୁଦାୟ ୧୦.୨୧ କୋଟି ଟଙ୍କା ଜମା ହେବ ।

ଯଦି ୩୦ ବର୍ଷର ଯୁବକ ପ୍ରତିଦିନ ୩୦ ଟଙ୍କା ସଂଚୟ କରନ୍ତି, ତେବେ ଏହା ମାସକୁ ୯୦୦ ଟଙ୍କା ହୋଇଯିବ । ଯଦି ଏହି ପରିମାଣକୁ ୩୦ ବର୍ଷ ପାଇଁ ଏସ.ଆଇପି ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ଜମା କରନ୍ତି ଏବଂ ବାର୍ଷିକ ୧୦ ପ୍ରତିଶତ ବୃ୍ଦ୍ଧି କରନ୍ତି । ତାହାଲେ ଆପଣ କୁ ୧.୩୫ କୋଟି ଟଙ୍କା ମିଳିବ । ଏହି ପ୍ରକାର ବିନିଯୋଗ ଆପଣଙ୍କୁ ୬୦ ବର୍ଷ ବୟସରେ କୋଟିପତି ବନାଇପାରିବ । ଏବେ ଆପଣ ଚା ଅଭ୍ୟାସକୁ ଛାଡି କୋଟିପତି ହେବାର ରାସ୍ତାକୁ ବାଛିପାରିବେ କି ?