ନୂଆବର୍ଷ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ । ଜଗନ୍ନାଥ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ

160

କନକ ବ୍ୟୁରୋ : ନୂଆ ବର୍ଷ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଠାକୁର ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବା ପାଇଁ ଓଡ଼ିଆ ଲୋକଙ୍କ ଭିତରେ ବେଶ ଆଗ୍ରହ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ ପାଇଁ ଶ୍ରକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଛି । ମଧରାତ୍ରରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇଥିଲା ।

ସେହିପରି ମଙ୍ଗଳଆଳତୀ ୧ଟା, ରୋଷହେମ ୪ଟା, ମଇଲମ ଓ ତଡ଼ପ ଲାଗି ୪ଟା ୩୦, ଅବକାଶ ୫ଟା ୧୫, ସୂର୍ଯ୍ୟପୂଜା ୫ଟା ୪୫, ଦ୍ୱାରପାଳ ପୂଜା ୬ଟା, ବେଶ ଶେଷ ୬ଟା୩୦ ପାଇଁ ନୀତି ନିର୍ଘଂଟ ସ୍ଥିର ହୋଇଥିଲା । ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ଟାରୁ ୧୨ଟା୩୦ ଏବଂ ଭକ୍ତଙ୍କ ଭିଡ଼କୁ ଦୃ୍ଷ୍ଟିରେ ରଖି ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦେଖି ଦିନ ୧୧ଟା ସୁଦ୍ଧା ମହାପ୍ରସାଦ ବାହାରିବାର ବ୍ୟବସ୍ଥା କରାଯାଇଛି ।