କନକ ବ୍ୟୁରୋ : ନୂଆବର୍ଷର ଉତ୍ସବ ଦେଖିବାକୁ ମିଳିଛି ଲୋକସେବା ଭବନରେ । ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଏବଂ ଉନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଲୋକସେବା ଭବନର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ନୂଆବର୍ଷ ପାଳନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନେକ ମାଇଲ ଖୁଂଟ ଅତିକ୍ରମ କରିଛୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Advertisment

ଏଥିସହ ଆହୁରି ଭଲ ଭାବେ କାମ କରିବା ପାଇଁ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି, ସବୁଠୁ ବଡ ଚ୍ୟାଲେଂଜ ହେଲା ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ । ଏଥିସହ ସବୁ ବିଭାଗକୁ ମୋ ସରକାରରେ ସାମିଲ କରାଯିବ ବୋଲି କହିଛନ୍ତି ସୁରେଶ ମହାପାତ୍ର । ଲୋକମାନେ ସେମାନଙ୍କ ସମସ୍ୟା କହିବେ ଏବଂ ତାର ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି ।