ନୂଆବର୍ଷକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୋଲିସ ମୁତୟନ , ସୁରକ୍ଷା ବ୍ୟବସ୍ଥା କଡାକଡି

97

ବିଦାୟର ଦ୍ୱାର ଦେଶରେ ୨୦୧୯ । ନୂଆବର୍ଷ ୨୦୨୦ର ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି । ମନରେ ଭରି ରହିଛି ଅନେକ ଉକ୍ରଣ୍ଠା । ୨୦୨୦କୁ ନେଇ ଶୁଭେଚ୍ଛା ବାର୍ତ୍ତା ଆଜିଠାରୁ ଭାଇରାଲ ହେଲାଣି । ତେବେ ନୂଆବର୍ଷକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସପିଂ ମଲଠୁ ଆରମ୍ଭ କରି ସିନେମା ହଲ , ପବ୍ ଓ ବାର ଆଖପାଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଦିଲ୍ଲୀ ପୋଲିସ ପ୍ରବକ୍ତା ଅନିଲ ମିତ୍ତଲ କହିଛନ୍ତି, ଜନଗହଳିପୂର୍ଣ୍ଣ ରାସ୍ତାରେ ପିସିଆର ଭ୍ୟାନ , ପିସିଆର ବାଇକ ଆଦିର ବ୍ୟବସ୍ଥା କରାଯାଇଛି । ଏଥି ସହିତ ସାର୍ବଜନିନ ସ୍ଥାନରେ ଗଣ୍ଡଗୋଳ କରୁଥିବା, ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି, ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ଲଗାଇ ଚେକିଂ କରିବ । ଟ୍ରାଫିକ୍ ପୋଲିସ ପକ୍ଷରୁ ଜଣ ଜଣ କରି ସମସ୍ତ ଗାଡିଗୁଡିକକୁ ଯାଞ୍ଚ କରାଯିବ । ମହିଳାଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ନୂଆଦିଲ୍ଲୀ ଜିଲ୍ଲାରେ ମହିଳା ପୋଲିସକର୍ମୀଙ୍କୁ ମୁତୟନ କରାଯିବ । ଇଣ୍ଡିଆ ଗେଟ୍ ଆଖପାଖରେ ଥିବା ଅନେକ ଜାଗାରେ ଥିବା ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଯିବ । ଦିଲ୍ଲୀ ପୋଲିସ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି, କୌଣସି ପ୍ରକାରର ଗଣ୍ଡଗୋଳ ଓ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ଅଭିଯୁକ୍ତଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।