ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିଲା ନୂଆବର୍ଷ । ନାଚଗୀତ ସହ ୨୦୨୦କୁ ସ୍ୱାଗତ କଲେ ଜନତା

104

କନକ ବ୍ୟୁରୋ : ପୁରୁଣା ବର୍ଷକୁ ବିଦାୟ ଦେଇ ଆସିଛି ନୂଆବର୍ଷ । ଅତୀତ ପାଲଟିଛି ୨୦୧୯ । ନୂଆବର୍ଷ ୨୦୨୦ର ଏବେ ଦବଦବା । ନୂଆବର୍ଷ ପାଳନ ନେଇ ସବୁଆଡ଼େ ଉତ୍ସବ ଓ ଉତ୍ସାହର ପରିବେଶ । ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଜିରୋ ନାଇଟ ସେଲିବ୍ରେସନରେ ମାତିଥିଲେ ଲୋକେ । ଘଂଟାରେ ଠିକ୍ ୧୨ ବାଜିବା ପରେ ସଭିଏଁ ନୂଆବର୍ଷକୁ ଆନନ୍ଦର ସହ ସ୍ୱାଗତ କରିଥିଲେ । ପରସ୍ପକୁ ଅଭିନନ୍ଦନ ଜଣାଇଥିଲେ । ନୂଆବର୍ଷ ପାଳନରେ ମସଗୁଲ ହୋଇପଡ଼ିଥିଲେ ସମସ୍ତେ । ରାଜ୍ୟର ବିଭିନ୍ନ ସହରରେ ଜୋରଦାର ଜିରୋ ନାଇଟ ସେଲିବ୍ରେସନ ହୋଇଛି ।

ସେପଟେ ମାୟାନଗରୀ ମୁମ୍ବାଇର ଗେଟ ଅଫ୍ ଇଣ୍ଡିଆ ନିକଟରେ ଲୋକେ ଏକାଠି ହୋଇ ନୂଆବର୍ଷକୁ ସ୍ୱାଗତ କରିଥିଲେ । ଶୀତକୁ ଖାତିର ନକରି ଲୋକେ ଏକାଠି ହୋଇ ଜିରୋ ନାଇଟ ସେଲିବ୍ରେସନ କରିବା ସହ ୨୦୨୦କୁ ସ୍ୱାଗତ କରିଥିଲେ । ନାଚଗୀତ ସହ ମଜାଦାର ଅନୁଭୂତି ସାଉଁଟିଥିଲେ ଲୋକେ । ଦିଲ୍ଲୀ, ଗୋଆ ଓ ଭୋପାଳ ଓ ବାଙ୍ଗାଲୋର ପରି ସହର ମଧ୍ୟ ନୂଆବର୍ଷ ପାଳନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭରିଯାଇଥିଲା । ସାରାଦେଶରେ ୨୦୨୦କୁ ସ୍ୱାଗତ କରି ନାଚଗୀତର ଆସର ଜମିଥିଲା । ସେପଟେ ଯବାନ ମାନେ ମଧ୍ୟ ଆନନ୍ଦ ଉତ୍ସାହର ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ମନଭରି ନାଚିବା ସହ ଗୀତ ଗାଇ ଯବାନମାନେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ।