ହ୍ଵାଟସଆପ୍ ୟୁଜର୍ସଙ୍କ ପାଇଁ କମ୍ପାନୀ ଆଣିଛି ନୂଆ ଆକର୍ଷଣୀୟ ଫିଚର : ଏଣିକି ହେବାକୁ ପଡିବନି ଏହି ସମସ୍ୟାର ସମ୍ମୁଖୀନ

Advertisment
ହ୍ଵାଟସଆପ୍ ୟୁଜର୍ସଙ୍କ ପାଇଁ କମ୍ପାନୀ ଆଣିଛି ନୂଆ ଆକର୍ଷଣୀୟ ଫିଚର : ଏଣିକି ହେବାକୁ ପଡିବନି ଏହି ସମସ୍ୟାର ସମ୍ମୁଖୀନ

source : Indiatimes.com

ଦୁନିଆର ସବୁଠାରୁ ବଡ଼ ଟେକ୍ସଟିଂ ଆପ୍ ହ୍ଵାଟସଆପରେ ଏଣିକି କିଛି ନୂଆ ଫିଚର୍ ଦେଖିବାକୁ ମିଳିବ। ହ୍ଵାଟ୍ସଆପର ବେଟ ଭର୍ସନରେ ‘ଚେଞ୍ଜ୍ ମୋବାଇଲ୍ ନମ୍ବର’ ବିକଳ୍ପକୁ ଅପଗ୍ରେଡ କରାଯାଇଛି। ଏହି ଫିଚର୍ ଜରିଆରେ ବ୍ୟବହାରକାରୀ ତାଙ୍କ ନୂଆ ନମ୍ବର ଯେଉଁ କଣ୍ଟାକ୍ଟସଙ୍କୁ ଦେବାକୁ ଚାହାନ୍ତି ସେ ସଂପର୍କରେ ସୂଚନା ଦେଇପାରିବେ। ଆପଣ ନୂଆ ନମ୍ବର ନେବା ମାତ୍ରେ ହିଁ ଆପଣଙ୍କ କଣ୍ଟାକ୍ଟସରେ ଥିବା ବ୍ୟବହାରକାରୀଙ୍କୁ ନୋଟିଫିକେସନ୍ ପ୍ରଦାନ କରାଯିବ। ଏହ ଦ୍ୱାରା ପୂର୍ବରୁ ଏକ ଅସୁବିଧା ହେଉଥିଲା। ଆପଣ ଯେଉଁମାନଙ୍କୁ ନୂଆ ନମ୍ବର ସଂପର୍କରେ ସୁଚନା ଦେବାକୁ ଚାହୁଁନଥିଲେ ସେମାନଙ୍କୁ ବି ସୂଚନା ମିଳି ଯାଉଥିଲା। ମାତ୍ର ଏହି ନୂଆ ଅପଗ୍ରେଡ୍ ଆପଣଙ୍କୁ ୩ଟି ନୂଆ ସୁବିଧା ପ୍ରଦାନ କରିବ। ଏଥିରେ All Contacts, Contacts I have chats with ଏବଂ Custom ବୋଲି ୩ଟି ବିକଳ୍ପ ଦୃଶ୍ୟମାନ ହେବ।

All Contacts : ଏହି ବିକଳ୍ପକୁ ସକ୍ରିୟ କରିଥିଲେ, ଆପଣ ଯେତେବେଳେ କୌଣସି ନୂଆ ନମ୍ବର ନେବେ ତାହାର ନୋଟିଫିକେସନ୍ ସମସ୍ତଙ୍କୁ ପଠାଇ ଦିଆଯିବ।

Contacts I have chats with : ଏହି ବିକଳ୍ପଟି ହେଉଛି ସେଇମାନଙ୍କ ପାଇଁ ଯାହାଙ୍କ ସହ ଆପଣ ପୂର୍ବରୁ କେବେ ନା କେବେ ଚାଟ୍ କରିଛନ୍ତି। ପୂର୍ବରୁ ଆପଣ ଯେଉଁମାନଙ୍କ ସହ ଚାଟ୍ କରିଥିବେ ସୂଚନା କେବଳ ସେମାନଙ୍କୁ ହିଁ ମିଳିବ।

Custom :   ଏହି ବିକଳ୍ପ ଆପଣଙ୍କ ଇଚ୍ଛାଧୀନ। ଏହି ବିକଳ୍ପକୁ ବ୍ୟବହାରକରି କେବଳ ଆପଣ ସେଇମାନଙ୍କୁ ହିଁ ନିଜ ନୂଆ ନମ୍ବର ସଂପର୍କରେ ସୂଚନା ଦେଇପାରିବେ, ଯେଉଁମାନଙ୍କୁ ଦେବାକୁ ଚାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe