କନକ ବ୍ୟୁରୋ: ବହୁତ ଦିନର ଆଇନଗତ ବାଧାବିଘ୍ନ ପରେ ହ୍ୱାଟ୍ସଆପ ଲଞ୍ଚ କଲା ପେମେଣ୍ଟ ଫିଚର । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ୱାଲେଟ୍ ଭଳି ଏବେ ହ୍ୱାଟ୍ସଆପରେ ଟଙ୍କା ଲେଣ ଦେଣ କରିପାରିବେ ୟୁଜର୍ସ । ଏନେଇ ଗତକାଲି ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଏପରିକି ଗୋଟିଏ ମେସେଜ୍ ଭଳି ଅତି ସହଜରେ ଟଙ୍କା ପଠାଇପାରିବେ ୟୁଜର୍ସ ବୋଲି କମ୍ପାନୀ ଦାବି କରିଛି ।
ପ୍ରଥମେ ଆପଣ ହ୍ୱାଟ୍ସଆପକୁ ଯାଆନ୍ତୁ ଏହାପରେ କଣ୍ଟାକ୍ଟକୁ ଯାଇ..
ଆଟାଚ୍ ଅପସନକୁ ଚୟନ କରନ୍ତୁ
ପରେ ପେମେଣ୍ଟ ଅପସନକୁ ଚୟନ କରନ୍ତୁ
ଏହାପରେ ବ୍ୟାଙ୍କ୍ ଆକାଣ୍ଟ ଆଡ୍ କରି ଡେବିଟ୍ କାର୍ଡକୁ ଅପସନକୁ ଭେରିଫାଏ କରନ୍ତୁ ଏବଂ ଏହାପରେ ୟୁପିଆଇ ପିନ୍ ସେଟ୍ ଅପ୍ କରନ୍ତୁ । ଏହି ଭଳି ଭାବେ ମାତ୍ର ୫ଟି ବିକଳ୍ପକୁ ଚୟନ କରି ଆପଣ ଅନ୍ୟ ୟୁପିଆଇ ପେମେଣ୍ଟ ଭଳି ହ୍ୱାଟ୍ସଆପ୍ ପେମେଣ୍ଟ ଫିଚର୍ସର ବ୍ୟବହାର କରିପାରିବେ । ତେବେ ବିଶ୍ୱରେ ୪ଶହ ମିଲିୟନ ୟୁଜର୍ସଙ୍କ ମଧ୍ୟରୁ ପ୍ରାଥମିକ ଭାବେ ୨୦ ମିଲିୟନ ୟୁଜର୍ସ ଏହି ଫିଚର୍ସର ଲାଭ ଉଠାଇପାରିବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
Follow Us