କନକ ବ୍ୟୁରୋ : ପାଠ ପଢିବା ପାଇଁ ଭୁବନେଶ୍ୱର ଆସୁଛନ୍ତି କି ? ଭୁବନେଶ୍ୱରରେ ହଷ୍ଟେଲ ହେଉ ଅବା ମେସ୍ ପ୍ରଥମେ ଏଠାକୁ ଆସିଲେ ଯେଉଁ ଚିନ୍ତା ଆଗ ଘାରେ ତାହା ହେଉଛି ଜିନିଷ କିଣା । ହଷ୍ଟେଲରେ ରହିବାକୁ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅନେକ ଦୋକାନ ବୁଲିବାକୁ ପଡୁଥିବା ବେଳେ ନୂଆ କରି ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡେ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର କିଛି ଛାତ୍ର ଏକ େଓବସାଇଟ୍ ଆରମ୍ଭ କରିଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ହାତ ପାହାନ୍ତାରେ ଶସ୍ତାରେ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚେଇବା ପାଇଁ ଆରମ୍ଭ ହୋଇଛି ଏହି ୱେବସାଇଟ୍ ।
/kanak/media/post_attachments/wp-content/uploads/2019/04/web-site1.png)