କନକ ବ୍ୟୁରୋ: ରୁଷ ୟୁକ୍ରେନ ଯୁଦ୍ଧରେ ବ୍ୟବହାର ହେଉଛି ନୂଆ ନୂଆ ଯୁଦ୍ଧାସ୍ତ୍ର । ଏହି ସବୁ ଯୁଦ୍ଧାସ୍ତ୍ର ଗୁଡିକୁ ୟୁକ୍ରେନ ପାଇଁ ଯୋଗାଇ ଦେଉଛନ୍ତି ଆମେରିକା ସମେତ ୟୁରୋପ ଓ ନାଟୋ ଦେଶର ମିଳିତ ସେନା ବାହିନୀ । ଯାହା ଫଳରେ ରୁଷ ଭଳି ଅଦ୍ୱିତୀୟ ସାମରିକ ଶକ୍ତିକୁ ଦୀର୍ଘ ୧୧ ମାସ ଧରି ମୁହାଁମୁହିଁ ମୁକାବିଲା କରିବାରେ ଲାଗିଛି ୟୁକ୍ରେନ । ଗତ କିଛି ଦିନ ଭିତରେ ଆମେରିକା ଠାରୁ ହିମସାର୍ ରକେଟ୍ ପ୍ରୋପେଲ୍ଡ ଲଂଚର ସିଷ୍ଟମ ଆଣିଥିଲା ୟୁକ୍ରେନ । ଗତ ଦୁଇଦିନ ଭିତରେ ୨୫୦ କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ୍ ୟୁକ୍ରେନ ପାଇଁ ଦେଇଥିଲା ଆମେରିକା । ଏହି ସହାୟତା ପ୍ୟାକେଜରେ ୯୦ଟି ଷ୍ଟ୍ରାଇକର ଯୁଦ୍ଧ ଯାନ, ୫୯ଟି ବ୍ରାଡ୍ଲି ଇନ୍ଫ୍ୟାଂଟ୍ରି ଯୁଦ୍ଧ ଗାଡି, ଆଭେଂଜର ଏୟାର ଡିଫେନ୍ସ ସିଷ୍ଟମ ଓ ଛୋଟ ବଡ ଅନେକ ପ୍ରକାର ଯୁଦ୍ଧାସ୍ତ୍ର ଦେଇଥିଲା ଆମେରିକା ।
ଯୁଦ୍ଧରେ ବ୍ୟବହାର ହେଉଛି ନୂଆ ନୂଆ ଯୁଦ୍ଧାସ୍ତ୍ର। ଆମେରିକା ୟୁରୋପ ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ୟୁକ୍ରେନ ।
/kanak/media/post_attachments/wp-content/uploads/2023/01/27-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)