ହ୍ୱାଟସ ଆପ୍ ଚାଟ୍ ପରେ ଭିଡିଓ: ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ନୂଆ ଭିଡିଓ; ସାମ୍ନାସାମ୍ନି ବସିଛନ୍ତି, ମହେଶଙ୍କ ଗପ ଶୁଣି ତାଳି ମାରୁଛନ୍ତି ରିଆ

ପ୍ରଶ୍ନ, ତଦନ୍ତ ପରିସରଭୁକ୍ତ ହେବେକି ସିନିୟର ଭଟ୍ଟ?

440

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସିଛନ୍ତି ରିଆ । ପୂର୍ବରୁ ରିଆଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ସେହି ଫଟୋକୁ ନେଇ ଉଭୟଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଚର୍ଚ୍ଚିତ ଭିଡିଓ ।

ହ୍ୱାଟସଆପ୍ ଚାଟକୁ ନେଇ ଝଡ ଥମି ନଥିବାବେଳେ ଏବେ ପ୍ରଥମ ଥର ପାଇଁ ରିୟା ଓ ମହେଶ ଭଟ୍ଟଙ୍କ ଭିଡିଓ ସାମନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଗୋଟିଏ ରୁମରେ କେବଳ ମହେଶ ଭଟ୍ଟ ଓ ରିୟା ଅଛନ୍ତି । ଏକ କାଉଚରେ ସାମ୍ନାସାମ୍ନି ବସିଛନ୍ତି ରିଆ ଓ ମହେଶ ଭଟ୍ଟ । ଏଥିରେ ମହେଶ ଭଟ୍ଟ ଏକ ବହିକୁ ପଢ଼ୁଛନ୍ତି ଓ ଜଣେ ଅନୁଶାସିତ ଛାତ୍ରୀ ଭଳି ରିୟା ଶୁଣୁଛନ୍ତି । ମହେଶ ଭଟ୍ଟ ଇଂରାଜୀରେ କିଛି ଗପ ପଢ଼ି ଶୁଣାଉଥିବାବେଳେ ସାମ୍ନାରେ ବସି ଅତି ଆଗ୍ରହର ସହ ଶୁଣୁଛନ୍ତି ରିଆ ଚକ୍ରବର୍ତୀ । ଆଉ ଶେଷରେ ରିୟା ତାଳି ବି ବଜାଉଛନ୍ତି । ଏହି ଭିଡିଓ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ମହେଶ ଭଟ୍ଟଙ୍କର କେତେ ଅତି ନିକଟବର୍ତି ଥିଲେ ରିୟା ଚକ୍ରବର୍ତି ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯେତେବେଳେ ଦେଶବ୍ୟାପି ସନ୍ଦେହ ବଢ଼ିବାରେ ଲାଗିଥିଲା ସେହି ସମୟରେ ତଦନ୍ତକାରୀ ସଂସ୍ଥ୍ାକୁ ମହେଶ ଭଟ୍ଟ ଓ ରିୟାଙ୍କ ଚାଟ ସାମନାକୁ ଆସିଥିଲା । ଏହି ଚାଟ ଜୁନ୍ ୮ ତାରିଖର ଥିଲା । ଅର୍ଥାତ ଯେଉଁଦିନ ରିୟା ସୁଶାନ୍ତଙ୍କ ଘର ଛାଡିଥିଲେ ସେହିଦିନ ମହେଶ ଭଟ୍ଟଙ୍କ ସହ ସେ ଏହି ଚାଟ୍ କରିଥିଲେ । ଘର ଛାଡିବା ପରେ ରିୟା ମହେଶ ଭଟ୍ଟଙ୍କୁ ପ୍ରଥମ ଚାଟ କରିଥିଲେ । ଏହି ଚାଟରେ ମହେଶ ଭଟ୍ଟ ଲେଖିଥିଲେ

ମହେଶ ଭଟ୍ଟ: ତୁମେ ମୋ ଝିଅ ଭଳି । ମୋତେ ବହୁତ ଖୁସୀ ଅନୁଭବ ହେଲା ।
ରିୟା: ମୋ ପାଖରେ ଶବ୍ଦ ନାହିଁ । କିନ୍ତୁ ଆପଣଙ୍କୁ ନେଇ ମୋର ଭାବନା ହୃଦୟରୁ ରହିଛି ।
ମହେଶ ଭଟ୍ଟ: ସାହାସୀ ପଦକ୍ଷେପ ପାଇଁ ଶୁଭେଛା
ରିୟା: ଭାଗ୍ୟକୁ ବହୁତ ବହୁତ ଧନ୍ୟବାଦ, କି ଆପଣ ମୋତେ ମିଳିଛନ୍ତି

ଚାଟ ସାମନାକୁ ଆସିବା ପରେ ଉଠିଥିଲା ଝଡ । ରିୟାଙ୍କ ସହ ମହେଶ ଭଟ୍ଟଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ତାକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏହି ସମୟରେ ରିୟା ଓ ମହେଶ ଭଟ୍ଟଙ୍କ କେତେକ ପୁରୁଣା ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏପରିକି କେହି କେହି ରିୟାଙ୍କୁ ମହେଶଙ୍କ ପ୍ରେମିକା ମଧ୍ୟ କହିବାକୁ ପଛାଇ ନଥିଲେ । ହେଲେ ପରେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ମହେଶ ତାଙ୍କ ବାପା ଭଳି ବୋଲି ସଫେଇ ଦେଇଥିଲେ ରିୟା ।

ରିୟା ଓ ମହେଶ ଭଟ୍ଟଙ୍କ ସମ୍ପର୍କ ଯାହା ବି ଥାଉ କିନ୍ତୁ ଉଭୟ ଅନେକ ସମୟରେ କଥା ହେଉଥିଲେ । ସୁଶାନ୍ତ ଓ ରିୟାଙ୍କ ସମ୍ପର୍କ କିଭଳି ଥିଲା ସେ ନେଇ ମହେଶ ଭଟ୍ଟଙ୍କ ସହ ନିଜର ଭାବନା ବାଂଟୁଥିଲେ ରିୟା । ଏହାକୁ ରିୟା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ସିବିଆଇ ସମେତ ଦେଶର ତିନି ପ୍ରମୁଖ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି । ସେମାନଙ୍କ ନିକଟରେ ରିୟାଙ୍କ ହ୍ୱାଟସଆପ୍ ଚାଟ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ ଭିଡିଓ ରହିଛି । ହେଲେ ଏପର୍ଯ୍ୟନ୍ତ ମହେଶ ଭଟ୍ଟଙ୍କୁ ଏହି ତିନି ସଂସ୍ଥା ପଚରାଉଚରା କରି ନାହାଁନ୍ତି । ତେଣୁ ଆଗାମି ଦିନରେ ମହେଶ ଭଟ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରିିବାର ବେଶ୍ ସମ୍ଭାବନା ରହିଛି ।