ବିଧାନସଭାରେ ଉଠିଲା ଲାଇସେନ୍ସ ପ୍ରସଙ୍ଗ । ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଅବଧି ବଢାଇବାକୁ ବାଚସ୍ପତିଙ୍କୁ ମହାରଥୀଙ୍କ ହାତଯୋଡି ଅନୁରୋଧ

ପରିବହନ ମନ୍ତ୍ରୀ କହିଲେ, ବିକଳ୍ପ ବ୍ୟବସ୍ଥା ପାଇଁ କରାଯାଉଛି ବିଚାର ବିମର୍ଷ

862

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ଲାଇସେନ୍ସ ପ୍ରସଙ୍ଗ । ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁଁ ଅସୁବିଧାରେ ଲୋକେ । ଆନୁଷଙ୍ଗିକ ବ୍ୟବସ୍ଥା ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଚେକିଂ ପାଇଁ ଡିସେମ୍ବର ପହିଲା ପରିବର୍ତ୍ତେ ଅଧିକ ସମୟ ଦେବା ଲାଗି ବିଧାନସଭାରେ ଦାବି କରିଛନ୍ତି ବିଧାୟକ ଦେବୀ ମିଶ୍ର ।

ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ପରିବହନ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଦୁର୍ନୀତି ବଢିଛି । ଲୋକେ କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ତେଣୁ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ତାରାପ୍ରସାଦ ବାହିନପତି ଦାବି କରିଥିଲେ । ଦେବୀ ମିଶ୍ର ଓ ତାରା ବାହିନୀପତିଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ବିଧାୟକ ପ୍ରଦୀପ ମହାରଥୀ । ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର ଯାଂଚର ଅବଧି ବୃଦ୍ଧି କରିବାକୁ ହାତ ଯୋଡି ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ସେପଟେ ଗାଡି କାଗଜ ପତ୍ର ପାଇଁ ସରକାର ଅବଧି ବଢଇବା ନେଇ ଗୃହରେ ଉଦବେଗ ପରେ ପରିବହନ ମନ୍ତ୍ରୀ ଏନେଇ ବିଚାର କରିପାରନ୍ତି ବୋଲି କହିଛନ୍ତି ବାଚସ୍ପତି । ଅନ୍ୟପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯେ ବିକଳ୍ପ ବ୍ୟବସ୍ଥା ପାଇଁ ବିଚାର ବିମର୍ଶ ଚାଲିଛି । ସମୟସୀମା ବୃଦ୍ଧି କରାଯିବ କି ନାହିଁ ସେ ନେଇ ଆଲୋଚନା କରାଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଲାଇସେନ୍ସ ପାଇଁ ନିଦ ନାହିଁ । ରାତି ସାରା ଆରଟିଓ ଅଫିସ ଆଗରେ ଲାଇନ ଲଗାଇ ଶୋଉଛନ୍ତି ଲୋକେ । ଦିନ ଯେତିକି ସରୁଛି ଧାଡି ସେତିକି ବଢୁଛି । ଡିସେମ୍ବର ୧ ଅର୍ଥାତ ଆଉ ଦିନ ପରେ ପୁଣି ଟ୍ରାଫିକ ନିୟମ କଡାକଡି ହେବ । ଏଥିପାଇଁ ଗାଡି କାଗଜପତ୍ର କରିବାକୁ ଆରଟିଓ ଅଫିସ ଆଗରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ନୂଆ ଟ୍ରାଫିକ୍ ନିୟମ ନମାନିଲେ ତଣ୍ଡ ଗଣିବେ ଗାଡି ଚାଳକ ।ଏଥିପାଇଁ ସମେସ୍ତ ନିଜ ନିଜ ଗାଡିର କାଗଜ ପତ୍ର ପ୍ରସ୍ତୁତ ରଖିବାକୁ ଲୋକେ ଦିନ ସାରା ଲାଇନ ଲଗାଇ ଆରଟିଓ ଅଫିସ ଆଗରେ ଛିଡା ହୋଇ ରହୁଛନ୍ତି ।