କନକ ବ୍ୟୁରୋ: କୋହଲ ହେବନି ଟ୍ରାଫିକ୍ ନିୟମ । ଡିସେମ୍ବର ୧ ତାରିଖରୁ ପୁଣି ପୂର୍ବଭଳି କଡାକଡି ହେବ ଟ୍ରାଫିକ ନିୟମ । ଏଣିକି ଆଉ କୋହଳ ହେବନି ଟ୍ରାଫିକ ନିୟମ । ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆଉ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯିବ ।
ଟ୍ରାଫିକ ନିୟମ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ତେବେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୩ମାସ ଧରି ଟ୍ରାଫିକ ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶର ଅବଧି ଶେଷ ହେବ । ଏହାପରେ ପୁଣି ଡିସେମ୍ବର ୧ତାରିଖରୁ ନିୟମକୁ କଡାକଡି ଭାବେ ପାଳନ କରାଯିବା ସହ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
Follow Us
/kanak/media/post_attachments/wp-content/uploads/2019/11/Screen-Shot-2019-11-15-at-1.58.06-PM-300x225.png)