କନକ ବ୍ୟୁରୋ: ଚୀନରେ କରୋନା ଭାଇରସ ପୁଣି କାୟା ମେଲାଇଛି । ଦ୍ୁତ ଗତିରେ ଏହା ବଢୁଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ବଡ କଥା ଭାରତ ପାଇଁ ପୁଣିଥରେ କଣ ଏହା ସତର୍କ ଘଣ୍ଟି ଦେଉଛି କି? ତେବେ ଚିକିତ୍ସକମାନେ ଏହାକୁ ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।
କରୋନାକୁ ନେଇ ଲଗାତର ଭାବେ ଚୀନରେ ସ୍ଥିତି ବିଗିଡିବାରେ ଲାଗିଛି । ଚୀନର ସ୍ଥିତି ବିଗିଡିବା ପରେ ସରକାରଙ୍କ ଜିରୋ କୋଭିଡ୍ ଷ୍ଟ୍ରାଟେଜି ନେଇ ବିଚାର କରିବାର ଆବଶ୍ୟକତା ରହିଛି । ଚୀନରେ ବଢୁଥିବା ବିପଦ ନେଇ ଭାରତରେ ଏଥିରୁ ରକ୍ଷା ପାଇବାର ଉପାୟ ଖୋଜିବା ଶୀଘ୍ର ଆରମ୍ଭ ହୋଇଯାଇଛି । ମହାମାରୀ ବର୍ତ୍ତମାନ ମଧ୍ୟ ଜାରିରହିଛି । ଏହାକୁ ହାଲୁକା ଭାବେ ନେବା ସମସ୍ତଙ୍କ ଉପରେ ଭାରିପଡିପାରେ ।
ତେବେ ଏହାକୁ ନେଇ ଡାକ୍ତର କହିଛନ୍ତି, ଅନେକ ଅଧ୍ୟୟନରୁ ଜଣାପଡିଲା ଯେ ବିକ୍ୟୁ.୧, ବିକ୍ୟୁ.୧.୧ର ସଂକ୍ରାମକ ଦର ଅଧିକ । ଏହା ସହଜରେ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇ ସଂକ୍ରମଣର କାରଣ ହୋଇପାରେ । ଏହି ସମୟ ଡରିବାର ନୁହେଁ, ସାବଧାନ ହେବାର । ପ୍ରଥମଠାରୁ ଆମେ ଅଧିକ ସାବଧାନ ହେବା ଦରକାର । ଭାରତ ପାଇଁ ଏହା ବିପଦ ହୋଇପାରେ ତେବେ ଭଲ କଥା ହେଉଛି ଯେ ଟିକାକରଣର ଦର ବହୁତ ଭଲ ରହିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ନିରନ୍ତର ଉପାୟର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/Collage-Maker-28-Nov-2022-05.20-PM.jpg)