କନକ ବ୍ୟୁରୋ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଉପରେ ଆକାଶମାର୍ଗରୁ ଆକ୍ରମଣ ଜାରି ରଖିଛି ଆମେରିକା । ସୂଚନା ଅନୁସାରେ ଦ୍ୱିତୀୟ ଦିନର ଆକାଶମାର୍ଗରୁ ଆକ୍ରମଣରେ ୬ ଜଣଙ୍କ ଜୀବନ ଯାଇଛି । ଶୁକ୍ରବାର ଆମେରିକା ପକ୍ଷରୁ ହୋଇଥିବା ଆକାଶମାର୍ଗରୁ ଆକ୍ରମଣରେ ଇରାକର ଶୀର୍ଷ ସାମରିକ ଜେନେରାଲ କାସିମ ସୁଲେମାନୀର ମୃତ୍ୟୁ ହୋଇଥିଲା । ଶନିବାର ବାଗଦାଦର ଉତର ଅଂଚଳକୁ ନିଶାନା କରିଛି ଆମେରିକା ।
ସୂଚନା ଅନୁସାରେ ଆମେରିକା ଏହି ଆକ୍ରମଣରେ ଇରାକର ହଶଦ ଅଲ ସାବୀ ର କମାଣ୍ଡରକୁ ଟାର୍ଗେଟ କରି କରିଥିଲା । ଏଥିରେ ମୃତାହତଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନି । ଇରାକ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଆକ୍ରମଣ ଇରାକର ତାଜି ରୋଡ ନିକଟରେ ହୋଇଛି । ତେବେ ଆକ୍ରମଣ ସମୟରେ କାଫିଲାରେ ହଶଦ ଅଲ ସାବୀର କୌଣସି ବଡ କମାଣ୍ଡର ନଥିଲେ ।
Follow Us
/kanak/media/post_attachments/wp-content/uploads/2020/01/what-if-really-go-to-war-if-america-attacks-iran-the-whole-world-could-endure-perverse-consequences.jpg)