ଇରାକ୍ ଉପରେ ଆଜି ବି ଆମେରିକାର ଏୟାରଷ୍ଟ୍ରାଇକ୍ ଜାରି । ୬ ଜଣ ମୃତ ସୂଚନା, ସେପଟେ ସୁଲେମାନୀର ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଗଲ୍ଫ ଅଂଚଳକୁ ୩ ହଜାର ସେନା ପଠାଇଲାଣି ଆମେରିକା

338

କନକ ବ୍ୟୁରୋ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଉପରେ ଆକାଶମାର୍ଗରୁ ଆକ୍ରମଣ ଜାରି ରଖିଛି ଆମେରିକା । ସୂଚନା ଅନୁସାରେ ଦ୍ୱିତୀୟ ଦିନର ଆକାଶମାର୍ଗରୁ ଆକ୍ରମଣରେ ୬ ଜଣଙ୍କ ଜୀବନ ଯାଇଛି । ଶୁକ୍ରବାର ଆମେରିକା ପକ୍ଷରୁ ହୋଇଥିବା ଆକାଶମାର୍ଗରୁ ଆକ୍ରମଣରେ ଇରାକର ଶୀର୍ଷ ସାମରିକ ଜେନେରାଲ କାସିମ ସୁଲେମାନୀର ମୃତ୍ୟୁ ହୋଇଥିଲା । ଶନିବାର ବାଗଦାଦର ଉତର ଅଂଚଳକୁ ନିଶାନା କରିଛି ଆମେରିକା ।

ସୂଚନା ଅନୁସାରେ ଆମେରିକା ଏହି ଆକ୍ରମଣରେ ଇରାକର ହଶଦ ଅଲ ସାବୀ ର କମାଣ୍ଡରକୁ ଟାର୍ଗେଟ କରି କରିଥିଲା । ଏଥିରେ ମୃତାହତଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନି । ଇରାକ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଆକ୍ରମଣ ଇରାକର ତାଜି ରୋଡ ନିକଟରେ ହୋଇଛି । ତେବେ ଆକ୍ରମଣ ସମୟରେ କାଫିଲାରେ ହଶଦ ଅଲ ସାବୀର କୌଣସି ବଡ କମାଣ୍ଡର ନଥିଲେ ।

Comments are closed.