କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ସାମିଲ୍

ପ୍ରାୟ ବର୍ଷେ ପରେ ଏକାଠି ବସିଲେ ମୋଦୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ

156

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବସିଛି ଦ୍ୱିତୀୟ କ୍ୟାବିନେଟ ବୈଠକ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ବର୍ଷେ ପରେ ଏକାଠି ବସିଛନ୍ତି ସମସ୍ତ କ୍ୟାବିନେଟ ମନ୍ତ୍ରୀ । ପୂର୍ବରୁ କେବଳ ଭର୍ଚୁଆଲ ବୈଠକ ହେଉଥିଲା । କରୋନା ସଂକ୍ରମଣ କାରଣରୁ ଗତବର୍ଷ ଏପ୍ରିଲ ପରେ ଆଉ ଅଫଲାଇନ ବୈଠକ ହେଉନଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକକଲ୍ୟାଣ ମାର୍ଗରେ ଥିବା ବାସଭବନରେ ଏହି ବୈଠକ ବସିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ପରେ ଏହି ବୈଠକରେ ଦୁଇ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ବାମ ପାର୍ଶ୍ବରେ ଅମିତ ଶାହା ଓ ନିର୍ମଳା ସୀତାରମଣଙ୍କ ପରେ ସ୍ମୃତି ଇରାନୀଙ୍କ ପାଖରେ ବସିଛନ୍ତି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ମୋଦୀଙ୍କ ଡାହାଣ ପଟରେ ଅଳ୍ପ ଦୂରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବସିଛନ୍ତି । ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟିରେ ସ୍ଥାନ ମିଳିଛି । ଯାହା ମୋଦୀ ମନ୍ତ୍ରିମଣ୍ଡଳରେ ତାଙ୍କ ପ୍ରଭାବ ବୃଦ୍ଧି ପାଉଥିବା କଥାକୁ ଦର୍ଶାଉଥିବା ଚର୍ଚ୍ଚା ହେଉଛି ।