୯ ବର୍ଷ ପରେ ସିନା ବୋରା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମା ଇନ୍ଦ୍ରାଣୀ କହିଲେ, ମୋ ଝିଅ ଜୀବିତ ଅଛି, କାଶ୍ମୀରରେ ରହିଛି ।

272

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ୱିଷ୍ଟ । ୨୫ ବର୍ଷୀୟ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବିସ୍ଫୋରକ ବୟାନ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ, ତାଙ୍କ ଝିଅ ସିନା ଜୀବିତ ଅଛନ୍ତି ।

ସିନା ବୋରା ଏବେ କାଶ୍ମୀରରେ ଥିବା ଦାବି କରିଛନ୍ତି ଇନ୍ଦ୍ରାଣୀ । ତଦନ୍ତ କାଶ୍ମୀରରେ କରିବାକୁ ସେ ସିବିଆଇକୁ କହିଛନ୍ତି । ତେବେ ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିଛନ୍ତି ତାଙ୍କ ଝିଅ ବଞ୍ଚିଛନ୍ତି । ସେ ଜଣେ ମହିଳା ଆସାମୀଙ୍କ ସହ ନିକଟରେ ଭେଟିଥିଲେ । ଯିଏ ତାଙ୍କୁ ସିନା ବୋରାଙ୍କୁ କାଶ୍ମୀରରେ ଭେଟିଥିବା ନେଇ କହିଥିଲେ ।

ତେବେ ୨୦୧୨ର ଚର୍ଚ୍ଚିତ ସିନାବୋରା ହତ୍ୟାକାଣ୍ଡ ମାମଲାର ୯ ବର୍ଷ ପରେ ଆସିଛି ନୂଆ ଟ୍ୱିଷ୍ଟ । ୨୦୧୨ରେ ଅଚାନକ ହଜିଗଲେ ସିନା ବୋରା । ୨୦୧୨ ମେ’ ରେ ଗୋଟିଏ ଶବ ଜଙ୍ଗଲରୁ ମିଳିଲା । ୨୦୧୫ରେ ଇନ୍ଦ୍ରାଣୀ ମୁଖାର୍ଜୀ ଗିରଫ ହେଲେ । ୨୦୧୫ରେ ଇନ୍ଦ୍ରାଣୀଙ୍କ ପୂର୍ବ ସ୍ୱାମୀକୁ ଗିରଫ କରାଗଲା । ପିଟର ମୁଖାର୍ଜୀ ପରେ ଗିରଫ ହୋଇଥିଲେ । ପରେ ଇନ୍ଦ୍ରାଣୀ ସିନା ବୋରାକୁ ମାରିଥିବା ମାନିଥିଲେ । ଏହାର ସିନ ରିକ୍ରିଏସନ ମଧ୍ୟ କରିଥିଲେ ସିବିଆଇ ଟିମ ।

ମୁମ୍ବାଇର ସିନା ବୋରା ଇନ୍ଦାଣୀ ମୁଖାର୍ଜିଙ୍କ ପ୍ରଥମ ସ୍ୱାମୀଙ୍କ ଝିଅ । ୨୪ ଏପ୍ରିଲ ୨୦୧୨ରେ ଗଳାଚିପି  ହତ୍ୟା କରାଯାଇଥିଲା ।ପରେ ତାଙ୍କ ମୃତଦେହକୁ ଜଳାଇ ଦିଆଯାଇଥିଲା । ଏ ଘଟଣା କିନ୍ତୁ ସାମ୍ନାକୁ ଆସିଲା ୨୦୧୫ରେ । ସାବତ ଭାଇ ରାହୁଲ ସହ ପ୍ରେମ ସମ୍ପର୍କ ଓ ସମ୍ପତି ବିବାଦ ଯୋଗୁଁ ହତ୍ୟା ହୋଇଥିଲା । ରାହୁଲ ହେଉଛନ୍ତି ପିଟର ମୁଖାର୍ଜୀଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ । ଏହି କଥାରେ ଇନ୍ଦ୍ରାଣୀ ଓ ପିଟର ଖୁସି ନଥିଲେ  । ୨୦୧୨ରେ ଏହି ହତ୍ୟା କରାଗଲା । କିନ୍ତୁ ଏ କଥା ଲୋକଙ୍କ ପାଖକୁ ଆସିଲା ୨୦୧୫ରେ । ସମସ୍ତଙ୍କୁ କୁହାଯାଇଥିଲା ସିନା ବୋରା ଆମେରିକା ପଢିବାକୁ ଯାଇଛନ୍ତି । ଆଉ ଏବେ ଇନ୍ଦ୍ରାଣି ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ, ତାଙ୍କ ଝିଅ ସିନା ଜୀବିତ ଅଛନ୍ତି ।