କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ବିବାଦ ଘଟଣାରେ ନୂଆ ମୋଡ । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂଜାପଣ୍ଡା ଓ ବ୍ରହ୍ମଣ ନିଯୋଗ । ବିବାଦର ସମାଧାନ ନହେବାରୁ ବୋର୍ଡରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଲିଖିତ ଭାବେ ଦେବତୋର କମିସନଙ୍କୁ ଇସ୍ତଫା ପତ୍ର ଦେଇଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ କହିଛନ୍ତି । ସେପଟେ ତିନି ଦିନ ହେଲା ଖାଡା ଉପାସରେ ମହାପ୍ରଭୁ ଲିଙ୍ଗରାଜ ।
ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନ ଘର ନିର୍ମାଣ କରାଯାଉଛି । ଆଉ ଏହାକୁ ବିରୋଧ କରି ଲିଙ୍ଗରାଜଙ୍କ ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ତେବେ ଭକ୍ତଙ୍କ ପାଇଁ ସାହାଣମେଲା ଖୋଲା ରହିଥିଲେ ବି ଦେବ ନୀତି ବନ୍ଦ ରହିଛି । ଅନ୍ୟପଟେ ସେବାୟତଙ୍କ ମଧ୍ୟରେ ବିବାଦ ଓ ସମନ୍ୱୟ ଅଭାବରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/26-18.jpg)