ଖୋଲୁଛି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୁମର : ଆରମ୍ଭରୁ ଓଲିଉଡ଼ ପ୍ରଯୋଜକ ସ୍ୱାଇଁବାବୁଙ୍କୁ ନାଗଫାଶରେ ଫସାଇଥିଲେ

ଖୋଲୁଛି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୁମର : ଆରମ୍ଭରୁ ଓଲିଉଡ଼ ପ୍ରଯୋଜକ ସ୍ୱାଇଁବାବୁଙ୍କୁ ନାଗଫାଶରେ ଫସାଇଥିଲେ

କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ନାଗଫାସର ପ୍ରଥମେ ଶିକାର ହୋଇଥିଲେ ଓଲିଉଡ୍ର ପ୍ରଯୋଜକ ସ୍ୱାଇଁ ବାବୁ । ଅର୍ଚ୍ଚନା ୨୦୧୬ରେ ସ୍ୱାଇଁ ବାବୁଙ୍କ ଘରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ସହମତିରେ ସମ୍ପର୍କ ରହିଥିଲା । ଏହାର ଫାଇଦା ଉଠାଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ ଅର୍ଚ୍ଚନା । ଏହା ପରେ ସେ ତାଙ୍କ ନାଁରେ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

ଏହା ପରେ ଡିଲ୍ କରିଥିଲେ ଅର୍ଚ୍ଚନା । କୁହାଯାଉଛି ଅର୍ଚ୍ଚନା ୧୫ ଲକ୍ଷ ଟଙ୍କା ଦାବି କରିଥିଲେ । ହେଲେ ୮ ଲକ୍ଷ ଟଙ୍କା ନେବା ପରେ ଅର୍ଚ୍ଚନା ଚୁପ୍ ହୋଇଯାଇଥିଲେ । କିଛି ଦିନ ପରେ ପୁଣି ଦୁଇ ଥର ବ୍ଲାକ ମେଲ କରିଥିଲେ । ଓଲିଉଡର ପ୍ରଯୋଜକ ସ୍ୱାଇଁ ବାବୁଙ୍କଠାରୁ ନିଜର କଳା କାରନାମା ଆରମ୍ଭ କରିଥିବା ଅର୍ଚ୍ଚନା ଶେଷରେ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରିଥିଲେ । ଏହା ପରେ ତାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe