କନକ ବ୍ୟୁରୋ: ଜମାଟ ବାନ୍ଧିଥିବା ବର୍ଷା ପାଣିରେ ଦ୍ରୁତଗତିରେ ମାଡି ଆସୁଛି ଥର କାର । ମୁଣ୍ଡ ଉଚ୍ଚାପାଣିକୁ ଚହଲେଇ ଦେଇ ଯିବା ପରେ ଭାଙ୍ଗିଯାଉଛି କୋଚିଂ ସେଂଟର ମୁଖ୍ୟ ଗେଟ ଆଉ ତାପରେ ଘଟେ ବଡ ଅଘଟଣ । ଦୁଇ ଦିନ ତଳେ ରାଜଧାନୀରେ ଯେଉଁ ବଡ ଧରଣର ଅଘଟଣ ଘଟିଛି ସେଥିପାଇଁ କାରକୁ ଦାୟୀ କରାଗଲାଣି । ଏପରିକି ପୁଲିସ ମଧ୍ୟ କାର ଚାଳଙ୍କୁ ମିଶାଇ ମୋଟ ୯ଜଣଙ୍କ ଗିରଫ କରିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯଦି ଡ୍ରେନେଜ ବ୍ୟବସ୍ଥା ସଠିକ ଥାନ୍ତା ତେବେ କାହିଁକି ପାଣି ଜମାଟ ବାନ୍ଧିଥାନ୍ତା? କ’ଣ ବର୍ଷା ପାଣି ମାଡରେ ଗେଟ ଭାଙ୍ଗିଲା ନା ଏହା ପୂର୍ବରୁ ଦୁର୍ବଳ ଥିଲା? ଏତେ ବଡ ଅଘଟଣ ପଛରେ ପ୍ରକୃତରେ କାରଣ କ’ଣ କାର? । ସେପଟେ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସଡକଠୁ ନେଇ ରାଜଧାନୀ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ।
କୋଚିଂ ସେଂଟର ଅଘଟଣ ପାଇଁ ପରସ୍ପର ଉପରେ ଆପ ଓ ବିଜେପି ଦୋଷ ଲଦାଲଦି ହେଉଛନ୍ତି । ଦିଲ୍ଲୀରେ ଜୋରଦାର ପ୍ରଦର୍ଶନ କରୁଛନ୍ତି ଉଭୟ ଦଳ। ସେପଟେ ଦୁର୍ଘଟଣାଗସ୍ତ କୋଚିଂ ସେଂଟର ବେନିୟମଭାବେ ନିର୍ମାଣ ହୋଇଥିବା ଅଭିଯୋଗ ଆସିବା ପରେ ବୁଲଡୋଜର ଲଗାଇ ଭଙ୍ଗାଯାଉଛି ।
କୋଚିଂ ସେଂଟରେ ପୂର୍ବରୁ କୋଚିଂ ନେଉଥିବା ଜଣେ ଆଶାୟୀ ଥାନାରେ ପହଁଚି ଭିଯୋଗ କରିଥିଲେ । କୋଚିଂସେଂଟ ବେସମେଂଟରେ ବିନା ଅନୁମତିରେ ଷ୍ଟୋରଜେ ଘରକୁ କାହିଁକି ଲାଇବ୍ରେରୀ କରାଯାଇଛି ଏନେଇ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏପରିକି ଦିଲ୍ଲୀ ସରକାର, ଏମସିଡିକୁ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ । ତେବେ ଦିଲ୍ଲୀର ଓଲଡ ରାଜେନ୍ଦ୍ର ନଗରରେ ସ୍ଥିତି ଏହି କୋଚିଂସେଟର ଅନ୍ୟତମ ହାଇପ୍ରୋଫାଇଲ ସେଂଟର । ଲକ୍ଷଲକ୍ଷ ଟଙ୍କା ଫି ଦେଇ ଆଶାୟୀ ଆଇଏଏସ ହେବାକୁ ସ୍ବପ୍ନ ଦେଖି ଏଠାକୁ କୋଚିଂ ନେବାକୁ ଆସନ୍ତି । କିନ୍ତୁ ରବିବାର ଦିନ ମୃତ୍ୟୁର ସେଂଟର ପାଲଟିଲା । ବେସମେଂଟରେ ୧୨ଫୁଟରୁ ଉଚ୍ଚ ପାଣି ପସିବା ଯୋଗୁଁ ୩ଜଣଙ୍କ ଅକାଳରେ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/1722228825-9475.jpg)