ବ୍ରହ୍ମପୁର ଦୀପିକା ମାମଲାରେ ନୂଆ ମୋଡ। ଆଶ୍ରୟ ନେଇଥିବା ପାଲକୁ ଚିରି ନିଜ ଘରକୁ ଗଲେ ଦିନେଶଙ୍କ ପରିବାର ଲୋକ।

616

କନକ ବ୍ୟୁରୋ: ବ୍ରହ୍ମପୁରର ଦୀପିକା ମାମଲାରେ ନୂଆ ମୋଡ ଆସିଛି । ଦୀର୍ଘ ଦିନ ଧରି ଘରେ ତାଲା ପକାଇ ଘର ଛାଡି ଚାଲିଯାଇଥିବା ଦୀପିକା ଶାଶୁ ଶ୍ୱଶୁର ଘରକୁ ଫେରିଛନ୍ତି । ଦୀପିକା ଲଗାଇଥିବା ପାଲକୁ କାଢି ଦେବା ସହ ତାଲା ଖୋଲି ଘରକୁ ଯାଇଛନ୍ତି ପରିବାରଲୋକେ । ପ୍ରେମିକ ଦୀନେଶଙ୍କ ଘର ଆଗରେ ୬୦ରୁ ଅଧିକ ଦିନ ଧରି  ଧାରଣାରେ ବସିଛନ୍ତି ଦୀପିକା । ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରୁନାହାନ୍ତି । ଏହାକୁ ନେଇ ଦୀନେଶଙ୍କ ପରିବାର ଲୋକଙ୍କ ସହ ବିବାଦ ବଢିଛି । ଏ ନେଇ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ହୋଇଛି । ଏହାପରେ ବି ବିବାଦର ସମାଧାନ ହୋଇପାରୁନି ।