ସସପେନ୍ସରେ ସତୀଶ କୌଶିକଙ୍କ ମୃତ୍ୟୁ: ମୃତ୍ୟୁର କାରଣ ହୃଦଘାତ ନା ଆଉ କିଛି? ସନ୍ଦେହ ବଢ଼ାଇଲା ଆପତିଜନକ ଔଷଧ

195

କନକ ବ୍ୟୁରୋ: ହୋଲିର ଠିକ ପରଦିନ ସକାଳୁ ବଲିଉଡରୁ ଆସିଥିଲା ଦୁଖଃଦ ଖବର । ହୃଦଘାତରେ ଜଣାଶୁଣା ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।ସୋସିଆଲ ମିଡିଆ ପୋଷ୍ଟଠୁ ନେଇ ସତୀଶଙ୍କୁ ଝୁରି ହୋଇଥିଲେ ବନ୍ଧୁ,ସମ୍ପର୍କୀୟ ଓ ପ୍ରଶଂସକ । ତେବେ ମୃତ୍ୟୁ ଘଟଣାକୁ  ନେଇ ଏବେ ଆସିଛି ନୂଆ ଟୁଇଷ୍ଟ । କାରଣ ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ହାସରେ ଏମିତି କିଛି ସୁରାକ ଲାଗିଛି ଯାହା ମୃତ୍ୟୁ ଘଟଣାକୁ ନୂଆ ମୋଡ ଦେଇଛି । ହୋଲି ଖେଳିବା ପାଇଁ ସତୀଶ ଏକ ଫାର୍ମହାଉସକୁ ଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା  ଓ ମଝିରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲ । ଦିଲ୍ଲୀ ପୁଲିସ କହିଛି ସେହି ଫାର୍ମ ହାଉସରୁ ଆପତିଜନକ ଔଷଧ ପ୍ୟାକେଟ ଜବତ କରାଯାଇଛି  ।  ଫାର୍ମହାଉସର ମାଲିକ ତଥା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କର ଅଟେ ।  ସେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଓ ସେ ପୂର୍ବରୁ ଜେଲ ଯାଇଥିବା ପୁଲିସ କହିଛି । ଏଠି ପ୍ରଶ୍ନ ଉଠୁଛି

ସସ୍ପେନ୍ସରେ ସତୀଶ କୌଶିକଙ୍କ ମୃତ୍ୟୁ!

• ସତୀଶଙ୍କ ମୃତ୍ୟୁ ସହ ଜବତ ଔଷଧର ସମ୍ପର୍କ ଥିଲା ନା ନାହିଁ ?

• ଫାର୍ମହାଉସରେ ଏହି ଔଷଧକୁ କିଏ ବ୍ୟବହାର କରୁଥିଲେ?

• ହୋଲି ଦିନ ଫାର୍ମହାଉସରେ ସତୀଶ ଓ ବିକାଶଙ୍କ ସହ ଥିବା ୧୦ରୁ ୧୨ଜଣ ବ୍ୟକ୍ତି କିଏ ଥିଲେ?

• କେଉଁ ପରିସ୍ଥିତିରେ ହଠାତ ସତୀଶ ଅସୁସ୍ଥ ହେଲେ?

ଡାକ୍ତର କହୁଛନ୍ତି ସତୀଶଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି । ତେବେ ପ୍ରକୃତରେ ମୃତ୍ୟୁ ପଛର କାରଣ କଣ ଏହା କେବଳ ସ୍ପଷ୍ଟ କରିପାରିବ ଶବବ୍ୟବଚ୍ଛେଦ ରିପୋର୍ଟ । ଏଥିସହ ବିସରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସୂଚନା ଅନୁସାରେ ସତୀଶଙ୍କ ମୃତ୍ୟୁ ଘଟଣା ବାବଦରେ କୌଣସି ସୂଚନା ପରିବାର କି ସମ୍ପକୀୟଙ୍କ ତରଫରୁ ଦିଆଯାଇନଥିଲା । କିନ୍ତୁ ପରେ  ହସପିଟାଲ କର୍ତୁପକ୍ଷ ମୃତ୍ୟୁ ବାବଦରେ ସୂଚନା ଦେଇଥିଲେ । ଏହା ପରେ ଦିଲ୍ଲୀ ପୁଲିସ ଫାର୍ମହାଉସରେ ପହଁଚି ଯାଂଚ କରିବା ପରେ ସେଠାରୁ ଆପତିଜନ ଔଷଧ ପ୍ୟାକେଟ ମିଳିଥିବା ଜଣାପଡିଛି ।