କନକ ବ୍ୟୁରୋ: ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ । ଅବକାରୀ, ଶିକ୍ଷା ପରେ ବର୍ତ୍ତମାନ ବିଜୁଳି ସବସିଡି ମାମଲାରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏଲଜି ଭିକେ ସକସେନା । ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୁତ୍ରରୁ ମୁଖ୍ୟ ଶାସନ ସଚିବଙ୍କୁ ଡିବିଟି ଜରିଆରେ ଉପଭୋକ୍ତାଙ୍କୁ ବିଜୁଳି ସବସିଡି ପ୍ରଦାନ ନେଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟଶାସନ ସଚିବଙ୍କୁ ସେହି ସବୁ ଅଭିଯୋଗର ଯାଞ୍ଚ ପାଇଁ କୁହାଯାଇଛି ଯେଉଁଥିରେ ବିଜୁଳି ବିତରଣ କମ୍ପାନୀକୁ ବିଦ୍ୟୁତ ବିତରଣରେ ଅନିୟମିତତା କରାଯାଇଛି । ୭ ଦିନ ଭିତରେ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଉପରାଜ୍ୟପାଳଙ୍କ ସଚିବାଳୟକୁ ମିଳିଥିବା ଅଭିଯୋଗ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/nuihihl.jpg)