୫ଜଣିଆ ଗ୍ୟାଙ୍ଗ ପାଇଁ ନାକେଦମ୍ ପୁଲିସ : ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍; ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ପାଇଁ ତିଆରି ହୋଇଥିଲା ଆପ୍

203

କନକ ବ୍ୟୁରୋ : ଭୁବନେଶ୍ୱରରେ ଲୁଟର ନୂଆ ଟ୍ରେଣ୍ଡ । ଏସକର୍ଟ ସର୍ଭିସ୍ ଆପ୍ ଖୋଲି କରୁଥିଲେ ଲୁଟ୍ । ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ପାଇଁ ଆପ୍ ତିଆରି ହୋଇଥିଲା । ଜଣେ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଗେ ଯୁବକମାନଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ କରାଯାଇଥିଲା ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ । ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ଗିରଫ ହେଲେ ୫ ନାବାଳକ । ଗେମ ଆପ୍ଲିକେସନରେ ଆସୁଥିବା ଅଶ୍ଳୀଳ ସେକ୍ସ ଆପ୍ଲିକେସନରେ ଚାଟିଂ ମାଧ୍ୟମରେ ଟାର୍ଗେଟ ଖୋଜୁଥିଲେ ଏହି ନାବାଳକ ।

ବିଭିନ୍ନ ଯୁବକଙ୍କ ସହ ଚାଟିଂ କରି କିଏ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବାକୁ ଇଚ୍ଛୁକ ତାର ପତ୍ତା ଲଗାଉଥିଲେ । ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ ଓ ପରେ ନମ୍ବର ନେଇ ଭୁବନେଶ୍ୱର ଗ୍ୟାରେଜ ଚକକୁ ଡାକିଥିଲେ । ଉକ୍ତ ଯୁବକ ଭୁବନେଶ୍ୱର ଆସିବା ପରେ ତାଙ୍କୁ ଏକ ଘରକୁ ନେଇଥିଲେ । ଘରେ ଅଶ୍ଳୀଳ କାମ କରିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇଥିଲେ । ଲୋକ ଲଜ୍ୟା ଭୟରେ ଉକ୍ତ ଯୁବକ ପ୍ରଥମେ ଫୋନ ପେ’ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେଇଥିଲେ । ଏଟିଏମରୁ ପୁଣି ୫୦ ହଜାର ଟଙ୍କା ଦେଇଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ୫ ନାବାଳକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଉଠାଇ ଆଣିଛି ।