ଝାଡଖଣ୍ଡର ସିନ୍ଦରିଠାରୁ ଟାଟାନଗର ଦେଇ ବାଦାମପାହାଡ ଗଡିଲା ଟ୍ରେନ୍ । ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

202

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଝାଡଖଣ୍ଡର ସିନ୍ଦରିଠାରୁ ଟାଟାନଗର ଦେଇ ବାଦାମପାହାଡ ମେମୁ ରେଳସେବାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶରାମ୍ ସିଂ ଖୁଂଟିଆ ଓ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୀର୍ଘଦିନ ଧରି ରାଇରଙ୍ଗପୁର ବାସୀଙ୍କ ଏହି ଦାବି ରହି ଆସୁଥିଲା ବେଳେ ଆଜିଠାରୁ ଟାଟାନଗରରୁ ବାଦାମପାହାଡକୁ ସନ୍ଧ୍ୟାକାଳୀନ ରେଳ ଗାଡି ଚଳାଚଳ କରିବ । ଯାହା ଦ୍ୱାରା ଅଂଚଳବାସୀଙ୍କ ସହିତ ବ୍ୟବସାୟ ପାଇଁ ଝାଡଖଣ୍ଡ ଯିବା ଆସିବା କରୁଥିବା ଲୋକେ ଉପକ୍ୃତ ହୋଇ ପାରିବେ