ନୂଆ ଟ୍ରାଫିକ ନିୟମ : ୩ ମାସ ମଧ୍ୟରେ ସବୁ ସୁବିଧା ଯୋଗାଇ ଦେବାକୁ ଆରଟିଓ ଓ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment
ଆଜି କ୍ୟାବିନେଟ୍‌ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ଅସନ୍ତୋଷ ବଢ଼ିବାରୁ ସମସ୍ତ ଆବଶ୍ୟକୀୟ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ତିନି ମାସ ସମୟ ଦେଇଥିଲେ। ଏବେ ଗାଡ଼ି ସମ୍ପର୍କିତ ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଆରଟିଓ , ପ୍ରଦୂଷଣ ଯାଞ୍ଚ କେନ୍ଦ୍ର, ଇନସ୍ୟୁରାନ୍ସ ଅଫିସ ନିକଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମୁଛି। ସାରା ରାଜ୍ୟରେ ଏଭଳି ସ୍ଥିତି ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଆରଟିଓ  ଓ ପୁଲିସ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଲୋକମାନେ ଏହି ତିନି ମାସରେ ଯେପରି ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ କରିବେ ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଅ। ତିନି ମାସ ପରେ ଯେପରି କେହି ଡକୁମେଣ୍ଟ ନାହିଁ ବୋଲି କହିବେନି।

publive-imageମୁଖ୍ୟମନ୍ତ୍ରୀ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଆରଟିଓ  ଓ ଏସପିମାନଙ୍କ ସହ କଥା ହୋଇଥିଲେ। ସମସ୍ତ ଆରଟିଓ ଅଫିସରେ ଯେପରି ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହେବ, ଦଲାଲ ମୁକ୍ତ ହେବ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ତାହା ଉପରେ ଧ୍ୟାନ ରଖିବାକୁ କହିଥିଲେ। ଏବେ ସଡ଼କ ଦୁର୍ଘଟଣାରେ ବହୁ ଯୁବକ ପ୍ରାଣ ହରାଉଥିବାରୁ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କହିଥିଲେ। ଏହି ଅବସରରେ ପୁଲିସ ଡିଜି କହିଥିଲେ ଯେ, ସାରା ରାଜ୍ୟରେ ମଦ୍ୟପ ଗାଡ଼ି ଚାଳକ ଯାଞ୍ଚ ପ୍ରକ୍ରିୟା ଜୋରଦାର୍ ହେଉଛି। ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଗୃହ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ ଡିଜି ବି.କେ ଶର୍ମା, ପରିବହନ ସଚିବ ଜି. ଶ୍ରୀନିବାସ, ପରିବହନ କମିସନର ସଞ୍ଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe