କନକ ବ୍ୟୁରୋ: ନିୟମ ଭାଙ୍ଗିଲା ପୁଅ ଟଙ୍କା ଗଣିଲେ ବାପା । ଫୋନରେ କଥା ହେବା ପୁଅ ପାଇଁ ପଡ଼ିଲା ମହଙ୍ଗା । କଟକ ଲିଙ୍କ ରୋଡ଼ରେ ଟ୍ରାଫିକ ଚେକିଂ ବେଳେ ଫସିଲେ ନାବାଳକ । ଫୋନରେ କଥା ହୋଇ ଗାଡ଼ି ଚଲାଇବାରୁ ଲାଗିଲା ମୋଟା ଅଙ୍କର ଜରିମାନା । ନାବାଳକ ପୁଅ ପାଇଁ ବାପା ଗଣିଲେ ୬ ହଜାର ଟଙ୍କାର ତଣ୍ଡ । ଆଜି ଠାରୁ ଲାଗୁ ହୋଇଛି ଟ୍ରାଫିକ ନିୟମ । ଯାହା ପାଇଁ ବେଶ ଧରପଗଡ଼ରେ ଚାଲିଛି ଚେକିଂ । ଏହାରି ଭିତରେ ଟ୍ରାଫିକ ନିୟମ ଉଲଘଂନ କରି ଗାଡ଼ି ଚଲାଉଥିବା ନାବାଳକ ଧରାପଡ଼ିଥିଲେ । ବାପା ଜରିମାନା ଗଣିବା ପରେ ଛାଡ଼ିଥିଲା ଟ୍ରାଫିକ୍ ।

Advertisment

publive-image

କଟକରେ ଟ୍ରାଫିକ୍ ନିୟମ କଡାକଡି ହୋଇଥିବା ବେଳେ ଚେକିଂରେ ସାମ୍ନାକୁ ଆସିଥିଲା ଏକ ଅଭାବନୀୟ ଦୃଶ୍ୟ । ହେଲମେଟ୍ ନପିନ୍ଧି ଗାଡି ଚଳାଉଥିବା ଜଣେ ମହିଳାଙ୍କୁ ଧରିଥିଲା ପୋଲିସ । ହେଲମେଟ୍ ପିନ୍ଧି ନଥିବାରୁ ତାଙ୍କୁ ପୋଲିସ ଧରିଥିଲା । ଏତିକିରେ ନାରାଜ ହୋଇ ଅନେକ ଅଜବ ଯୁକ୍ତି ତର୍କ ଆରମ୍ଭ କରିଦେଇଥିଲେ । ପୋଲିସ ତାଙ୍କ ଗାଡିରେ ଲକ୍ ମାରି ଦେଇଥିଲା । ମହିଳା ଜଣକ ଯୁକ୍ତି ବାଢିବା ସହିତ ଗାଡି ପଡି ରହୁପଛେ ଜରିମାନା ଗଣିବେନି ବୋଲି ବାହାସ୍ଫୋଟ୍ ମାରିଥିଲେ । ବଡ କଥା ହେଲା, ଭୁଲ ମାନିବା ପରିବର୍ତ୍ତେ ଯୁବତୀ ଜଣକ ଓଲଟା ପୁଲିସ ଅଧିକାରୀଙ୍କ ସହ ବିତଣ୍ଡା ଯୁକ୍ତିତର୍କ କରିଥିଲେ । ଯୁବତୀ ଜଣଙ୍କର ଗୋଟିଏ ଯିଦ୍ କି ସେ ହେଲମେଟ ପିନ୍ଧିବେ ନାହିିଁ । ତାଙ୍କ ଇଚ୍ଛା, ପୁଲିସ ଯାହା କରୁଛି କରୁ । ଯଦି ଗାଡି ଟାଣି ନେଇଯିବେ ତ ନେଇଯାଆନ୍ତୁ । ମୋର କିଛି କହିବାର ନାହିଁ । ମୁଁ ହେଲମେଟ୍ ପିନ୍ଧି ଗାଡି ଚଳାଇବି କି ନାହିଁ ମୋର ମର୍ଜି । ତେବେ ଯୁବତୀଙ୍କ ଅଜବ ଯୁକ୍ତିରେ ଅବାକ୍ ହୋଇପଡିଛି ପୁଲିସ୍ । ଲୋକେ ନିୟମ ମାନିବା ତ ଦୂରର କଥା ବରଂ କାର୍ଯ୍ୟରତ ପୁଲିସ୍ ଅଧିକାରୀଙ୍କୁ ଦେଖାଉଛନ୍ତି ନାଲିଆଖି ।

publive-image

ସାରା ଓଡିଶାରେ ଗାଡି ଚାଳକଙ୍କ ଉପରେ ନଜର ରଖିଛି ଟ୍ରାଫିକ୍ ପୋଲିସ । ଭୁବନେଶ୍ୱରରୁ ନେଇ କଟକ, ବାଲେଶ୍ୱରରୁ ରାୟଗଡା ସବୁଛି ଗାଡି ଚାଳକଙ୍କ ଉପରେ ନଜର ରଖିଛି ଟ୍ରାଫିକ୍ ପୋଲିସ । ତେଣୁ ଗାଡି ଚାଳକ ସାବଧାନ ହୋଇଯାଅନ୍ତୁ । କାରଣ ନୂଆ ମୋଟର ଯାନ ଆଇନକୁ ଆଉ ତିନି ମାସ କୋହଳ କରାଯାଇଥିଲେ କୋହଳ ହୋଇନାହିଁ ଯାଂଚ । ତେଣୁ ଆପଣଙ୍କ ସାମାନ୍ୟ ବେପରୁଆ ଗାଡି ଚାଳନା ବଡ ପରିମାଣର ଜୋରିମାନାକୁ ଡାକି ଆଣିବ । ଆଜିିଠାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ନିସ୍ତାର ମିଳିବନି । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଥିଲେ ବି ଟ୍ରାଫିକ୍ ଆଇନ ଉଲଂଘନକାରୀଙ୍କୁ ଜଗିବ କ୍ୟାମେରା । ଏଥିପାଇଁ ଟିଭିଟିଏସ ମାଧ୍ୟମକୁ ଆପଣାଇଛି ପୋଲିସ ।

publive-image

ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀର ରୂପାଲି ଛକରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଏହି ପ୍ରକ୍ରିୟାରେ ଗାଡି ଗୁଡିକର ନଂବର ପ୍ଲେଟ୍ ଗୁଡିକ ଉପରେ ନଜର ରଖିବ କ୍ୟାମେରା । କୌଣସି ଚାଳକ ନିୟମ ଉଲଂଘନ କରିବା ମାତ୍ରେ ନଂବର ପ୍ଲେଟକୁ କଏଦ କରିନେବ କ୍ୟାମେରା । ଆଉ ଏହା ପରେ ସେମାନଙ୍କ ଘରକୁ ପଠାଇ ଦିଆଯିବ ଇ-ଚାଲଣ । ଖିଲାପକାରୀ ଜୋରିମାନା ପୈଠ କରିବା ପାଇଁ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଖୋଲିବ କାଉଂଟର । ଜରିମାନା ପୈଠରେ ବିଳମ୍ବ ହେଲେ ଜରିମାନା ସହ ସୁଧ ମଧ୍ୟ ପୈଠ କରିବାକୁ ପଡିବ । ରୁପାଲି ଛକରେ ସ୍ୱଂୟଚାଳିତ ନମ୍ବର ପ୍ଲେଟ ଚିହ୍ନଟ ବ୍ୟବସ୍ଥା ଲାଗୁ ପରେ ପ୍ରଥମ ଥର ଧରାପଡିଛନ୍ତି ୪ ଜଣ । ସେମାନଙ୍କ ଠାରୁ ଜରିମାନା ଆଦାୟ ହୋଇଛି । ରାଜଧାନୀର ପ୍ରଥମ କ୍ୟାମେରା ଏଠାରେ ଲାଗିଛି । ଆଗକୁ ଏହିପରି ୩୬ଟି ସ୍ଥାନରେ କ୍ୟାମେରା ଲାଗିବ ।