ଆଉ ମିଳିବନି ତ୍ରାହି, ଆଜିଠୁ ପୁଣି ଧରପଗଡ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ତଣ୍ଡ ସହ କଠୋର କାର୍ଯ୍ୟାନୁଷ୍ଠାନ; ଜାଣନ୍ତୁ କେଉଁ ଭୂଲ ପାଇଁ ଦେବାକୁ ପଡିବ କେତେ ଜରିମାନା?

608

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ପୁଣି ଧରପଗଡ । ଏଣିିକି ଆପଣଙ୍କୁ ସତର୍କ ହୋଇ ରାସ୍ତାରେ ଗାଡି ଚଳାଇବାକୁ ପଡିବ । କାରଣ ନୂଆ ମୋଟରଯାନ ଆଇନକୁ ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିଯାଇଛି । ପୂର୍ବ ନିଷ୍ପତି ଅନୁଯାୟୀ ରାଜ୍ୟ ପରିବହନ କମିଶନର ସବୁ ଜିଲ୍ଲାପାଳ, ଏସ୍ପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି । ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମାରେ ୧୦ ଟି ଟ୍ରାଫିକ୍ ନିୟମ ଉଲଙ୍ଘନ କଥା ପରିବହନ କମିଶନର ଉଲ୍ଲେଖ କରିଛନ୍ତି ।

• ମଦ ପିଇ ଗାଡି ଚଳାଇବା

• ଦ୍ରୁତ ଗତିରେ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ।

• ରେଡ୍ ଲାଇଟ୍ ସିଗନାଲ୍ ଡେଇଁଲେ

• ଭୂଲ ଦିଗରେ ଗାଡି ଚଳାଇଲେ

• ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ

• ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ

• ବାଇକରେ ୩ ଜଣ ବସିଲେ

• ହେଲମେଟ୍ ନ ପିନ୍ଧିଲେ

• ଏବଂ ସିଟ୍ ବେଲ୍ଟ ନ ବାନ୍ଧିଲେ

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ତେବେ ଏହି ଚିଠିରେ କେଉଁ କାଗଜପତ୍ର ଯାଂଚ ହେବ, ସେ ବିଷୟରେ ଉଲ୍ଲେଖ ହୋଇନାହିଁ । ଏହା ଛଡା ଟ୍ରାଫିକ୍ ପୋଲିସଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ସେମାନେ ଏକାଥରକେ କେବଳ ୪ଟି ଗାଡି ଅଟକାଇ ଯାଂଚ କରିପାରିବେ । ନଚେତ୍ ରାସ୍ତା ଜାମ୍ ହେବାର ଆଶଙ୍କା ରହିଛି ।

ଏବେ ନଜର ପକାନ୍ତୁ କେଉଁ ନିୟମ ଉଲଂଘନ ପାଇଁ କେତେ ଟଙ୍କା ଜରିମାନା?

• ଗାଡି ଚାଳନା ନିୟମ ଖିଲାପ ୫ଶହ

• ବାଇକରେ ୨ରୁ ଅଧିକ ବସିଲେ ୧ହଜାର

• ହେଲମେଟ ନପିନ୍ଧିଲେ ୧ ହଜାର

• ମଦ ପିଇ ଗାଡି ଚାଳନା ୧୦ ହଜାର ଓ ଗିରଫ

• ଦ୍ରୁତଗତିରେ ବାଇକ୍ ଚଳାଇଲେ ୨ହଜାର

• ଦ୍ରୁତଗତିରେ ଚାରିଚକିଆ ଚଳାଇଲେ ୪ହଜାର

• ବେପରୁଆ ଗାଡି ଚଳାଇଲେ ୫ହଜାର

• ଗାଡି ଚଳାଇବାବେଳେ ମୋବାଇଲ ବ୍ୟବହାର ୫ହଜାର

• ଟ୍ରାଫିକ୍ ରେଡ୍ ଲାଇଟ୍ ଡେଇଁଲେ ୫ହଜାର

• ରଙ୍ଗରୁଟରେ ଗାଡି ଚଳାଇଲେ ୫ହଜାର

• ଡ୍ରାଇଭର ସିଟ ବେଲ୍ଟ ନବାନ୍ଧିଲେ ୧ହଜାର

ଧରପଗଡ଼ ଆଳରେ ସାଧାରଣ ଲୋକଙ୍କୁ ହଇରାଣ କରନି। ଗୋଟିଏ ସମୟରେ ସର୍ବାଧିକ ୪ଟି ଗାଡ଼ି ଅଟକାଅ। ଏଥିରୁ ଅଧିକା ଅଟକାଅନି। ଧରପଗଡ଼ ହେଉଥିବା ଜାଗାରେ ଯେଭଳି ଟ୍ରାଫିକ୍‌ ସମସ୍ୟା ହେବ ନାହିଁ, ସେ ନେଇ କଡ଼ା ନଜର ରଖ। ମଦୁଆ ଚାଳକ ଯେଭଳି ଗୋଟିଏ ହେଲେ ଖସି ନ ଯାଉ, ତାହା ନିଶ୍ଚିତ କର। ତା’ ସହିତ ନାବାଳକ ଗାଡ଼ି ଚାଳକ, ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିକୁ କୌଣସି ପରିସ୍ଥିତିରେ ଛାଡ଼ ନାହିଁ। ପୁଲିସ ଓ ଆରଟିଓଙ୍କୁ ଏଭଳି ଚିଠି ଲେଖିଛନ୍ତି ପରିବହନ କମିସନର୍‌।