ଚାଲାଣ କଟିବାରୁ ବଞ୍ଚାଇବ ସ୍ମାର୍ଟଫୋନ୍… ଏଣିକି ବିନା ଟେନସନରେ ଚଲାନ୍ତୁ ଗାଡି

270

କନକ ବ୍ୟୁରୋ : ବାଇକ୍ କିମ୍ବା କାରରେ କେଉଁଆଡେ ଗଲାବେଳେ ଯଦି ସାଙ୍ଗରେ ଗାଡିର କାଗଜପତ୍ର ନେଇନଥିବେ ତାହେଲେ ଚାଲାଣ କଟିବାର ଭୟ ମନରେ ଥାଏ । ରାସ୍ତାରେ ଚେକିଂ ଚାଲୁଥିବା ଦେଖିଲେ, ଗାଡିକୁ ଦୂରରୁ ସ୍ଲୋ… କରି ଅଟକିଯାଉ । କିନ୍ତୁ ବର୍ତ୍ତମାନ ଆଉ ଡରିବାର କୌଣସି କଥା ନାହିଁ, ଏଣିକି ବିନା ଟେନସନରେ ଗାଡିନେଇ ଯେକୌଣସି ସ୍ଥାନକୁ ଯାଇପାରିବେ ଲୋକେ । ଚାଲାଣ କଟିବାରୁ ଆପଣଙ୍କୁ ରକ୍ଷା କରିବ ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ । କେମିତି, ଆସନ୍ତୁ ଜାଣିବା ।
ଏମ-ଟ୍ରାନ୍ସପୋର୍ଟ… ସ୍ମାର୍ଟଫୋନ୍ ଜରିଆରେ କିଭଳି ଚାଲାଣ କଟିବାରୁ ବଞ୍ଚିବେ ଜାଣିବା ପୂର୍ବରୁ ପ୍ରଥମେ ଜାଣି ରଖନ୍ତୁ ଏମ୍-ଟ୍ରାନ୍ସପୋର୍ଟ କଣ? ଏମ୍-ଟ୍ରାନ୍ସପୋର୍ଟ ହେଉଛି ଏକ ମୋବଇଲ ଆପ୍ । ଏହି ଆପରେ ଚାଳକ ଗାଡିର ସମସ୍ତ ଦସ୍ତାବିଜ୍ ସୁରକ୍ଷିତ ରଖିପାରିବ । ଯେପରିକି, ଡ୍ରାଇଭିଂ ଲାଇସେନ୍ସ, ଆରସି ଏବଂ ପିୟୁସି ରଖିପାରିବେ । ଏହି ମୋବାଇଲ ଆପ ଆପଣଙ୍କ ସ୍ମାର୍ଟଫୋନରେ ଥିଲେ ଆପଣଙ୍କର ଚାଲାଣ କଟିବାର ଭୟ ନଥିବ । ଏପରି ଦେଖାଯାଇଛି, ଅନେକ ସମୟରେ ଲୋକେ ଘରୁ ତରବରିଆ ଭାବେ ଅଫିସ୍ କିମ୍ବା ଅନ୍ୟାନ୍ୟ ଜରୁରୀ କାମରେ ବାହାରି ଯାଆନ୍ତି ଆଉ ଘରେ ଗାଡିର କାଗଜ ପତ୍ର ଭୁଲିଯାଆନ୍ତି । ବେଳେବେଳେ ଏପରି ମଧ୍ୟ ଘଟିଥାଏ କି, ଗାଡିରେ ରଖାଯାଇଥିବା କାବଜପତ୍ର ହଜିଯାଇଥାଏ । ଏଭଳି ପରିସ୍ଥିତିରେ ଏହି ଆପ ଆପଣଙ୍କୁ ଚାଲାଣ କଟିବାରୁ ବଞ୍ଚାଇ ପାରିବ ।
ଯଦି ଆପଣ ବି ଚାଲାଣ କଟିବାରୁ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି ତାହେଲେ ଏହି ଆପକୁ ଡାଉନଲୋଡ୍ କରିପାରିବେ । ସେଥିରେ ଗାଡିର ସମସ୍ତ ଦସ୍ତାବିଜ ରଖିପାରିବେ । ଏହି ଆପ୍ ଡାଉନଲୋଡ୍ କରିବା ପାଇଁ ପ୍ରଥମେ
ଗୁଗୁଲ ପ୍ଲେ-ଷ୍ଟୋରକୁ ଯାଇ ଏମ୍-ପରିବହନ ଆପ ଡାଉନଲୋଡ କରିବାକୁ ପଡିବ
ଆପ ଡାଉନଲୋଡ ହେବା ପରେ ସାଇନ-ଅପ୍ କରିବାକୁ ପଡିବ, ଏଥିପାଇଁ ମୋବାଇଲ ନମ୍ବର ଦେବାକୁ ପଡିବ
ଫୋନ ନମ୍ବରରେ ଲଗଇନ୍ ହେବା ପରେ ମୋବାଇଲକୁ ଏକ ଓଟିପି ଆସିବ
ଏହା ପରେ ଆପର ଇଂଟର ଫେସ୍ ଖୋଲିଯିବ ।
ଏହା ପରେ ଆପଣ ଆପଣଙ୍କ ଗାଡିର କାଗଜପତ୍ର ଏଥିରେ ଷ୍ଟୋର କରି ରଖିପାରିବେ । ଆଉ ରାସ୍ତାରେ ଟ୍ରାଫିକ୍ ପୋଲିସ ଅଟକାଇଲେ ଗାଡିର କାଗଜପତ୍ର ଦେଖାଇ ଯାଇପାରିବେ ।