ଭିଡ଼ ପରେ ନିଷ୍ପତି ବଦଳାଇଲେ ସରକାର । ଗାଡି କାଗଜପତ୍ର ପାଇଁ କେଉଁଠି ରାତିସାରା ଭିଡ ତ ପୁଣି କେଉଁଠି ଧାଡିରେ ଲାଗିଲା ହେଲମେଟ୍ । ନୂଆ ମୋଟର ଯାନ ଆଇନକୁ ଡରିଯାଇଥିଲା ଓଡିଶା

1,305

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ଭିଡ ପରେ ନିଷ୍ପତି ବଦଳାଇଲେ ସରକାର । ଡିସେମ୍ବର ୧ରୁ ଟ୍ରାଫିକ ନିୟମ କୋହଳ ଥିବାରୁ ଆରଟିଓ ଅଫିସ ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଲୋକେ ରାତି ସାରା ଅନିଦ୍ରା ରହି ଆରଟିଓ ଅଫିସ ଆଗରେ ଲାଇନ ଲଗାଉଥିଲେ । ଏପରିକି ଆରଟିକେବଳ ଭୁବନେଶ୍ୱର କି କଟକ ନୁହେଁ ଗାଡି ପାଇଁ ଲାଇସେନ୍ସ ପାଇଁ ରାଜ୍ୟ ସାରାରେ ସେଇ ଏକା ଅବସ୍ଥା ଦେଖିବାକୁ ମିଳିଥିଲା । ବଲାଙ୍ଗୀର ଓ କୋରାପୁଟ ଆରଟିଓ ଅଫିସରେ ମଧ୍ୟ ଗାଡିର କାଗଜପତ୍ର ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ରାଜ୍ୟରେ ସଂଶୋଧିତ ମୋଟରଯାନ ଆଇନ-୨୦୧୯ ଲାଗୁ ହେବା ପରେ ସେପ୍ଟେମ୍ୱର ୧ ତାରିଖରୁ ନଭେମ୍ୱର ୨୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ମୋଟ୍ ୮ ଲକ୍ଷ ୮୯ ହଜାର ୯୩ ଜଣ ଲର୍ଣ୍ଣିଂ ଲାଇସନ୍ସ ପାଇଁ ଆବେଦନ କରିଛନ୍ତି । ତା ମଧ୍ୟରୁ ୫ ଲକ୍ଷ ୨୫ ହଜାର ୯୨୮ ଜଣଙ୍କୁ ଲର୍ଣ୍ଣିଂ ଲାଇସନ୍ସ ଦିଆଯାଇଛି । ସେହିପରି ମୋଟ୍ ୧ ଲକ୍ଷ ୪୪ ହଜାର ୬୭୫ ଜଣ ଡ୍ରାଇଭିଂ ଲାଇସନ୍ସ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ହଜାର ୨୬୬ ଜଣଙ୍କୁ ଡ୍ରାଇଭିଂ ଲାଇସନ୍ସ ଦିଆଯାଇଛି ବୋଲି ଗୃହରେ ଲିଖିତ ଉତର ରଖିଛନ୍ତି ବାଣିଜ୍ୟ ପରିବହନ ମନ୍ତ୍ରୀ । ଭୁବନେଶ୍ୱର ଆରଟିଓ ୧ରେ ମୋଟ୍ ୬୩ ହଜାର ୨୭ ଜଣ ଲର୍ଣ୍ଣିଂ ଲାଇସନ୍ସ ପାଇଁ ଆବେଦନ କରିଛନ୍ତି । ତା ମଧ୍ୟରୁ ୪୫ ହଜାର ୩୫୧ ଜଣଙ୍କୁ ଲର୍ଣ୍ଣିଂ ଲାଇସନ୍ସ ପ୍ରଦାନ କରାଯାଇଛି । ସେହିପରି ୧୨ ହଜାର ୫୪୫ ଜଣ ଡ୍ରାଇଭିଂ ଲାଇସନ୍ସ ପାଇଁ ଆବେଦନ କରିଥିବା ବେଳେ ତା ମଧ୍ୟରୁ ୮ ହାଜର ୧୦୨ ଜଣଙ୍କୁ ଲାଇସନ୍ସ ମିଳିଛି । ରାଜଧାନୀର ଆରଟିଓ ୨ ରେ ମୋଟ୍ ୩୧ ହଜାର ୬୩୭ ଜଣ ଲର୍ଣ୍ଣିଂ ପାଇଁ ଆବେଦନ କରିଛନ୍ତି । ତା ମଧ୍ୟରୁ ୨୪ ହଜାର ୯୮୭ ଜଣଙ୍କୁ ମିଳିଛି ଲର୍ଣ୍ଣିଂ ଲାଇସନ୍ସ । ତା ମଧ୍ୟରୁ ୭ ହଜାର ୧୦୯ ଜଣ ଡ୍ରାଇଭିଂ ଲାଇସନ୍ସ ପାଇଁ ଆବେଦନ କରିଛନ୍ତି । ଯାହା ମଧ୍ୟରୁ ୫ ହଜାର ୫୦୫ ଜଣଙ୍କୁ ଡ୍ରାଇଭିଂ ଲାଇସନ୍ସ ମିଳିଥିବା ନେଇ ମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

ପୁଣି ବଢିଲା ସମୟସୀମା । ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏନେଇ ସୂଚନା ଦେଇଛନ୍ତି । କେବଳ ଲାଇସେନ୍ସ ଓ ଗାଡି କାଗଜପତ୍ର ପ୍ରସ୍ତୁତି ପାଇଁ ସମୟ ସମୀା ବଢିଲା । କିନ୍ତୁ ମଦ ପିଇ ଗାଡି ଚଲାଉଥିଲେ କି ହେଲମେଟ ପିନ୍ଧିନଥିଲେ ଫାଇନ ଦେବାକୁ ପଡିବ । ସେହିପରି ବିନା ସିଟ ବେଲଟରେ କାର ଚଳାଉଥିବା ବ୍ୟକ୍ତି ମଧ୍ୟ ମୋଟା ଅଙ୍କର ଫାଇନ ଦେବେ । ଡିସେମ୍ବର ୧ ଯାଏ ନୂଆ ମୋଟର ଯାନ ଆଇନ କୋହଳ କରାଯାଇଥିବା ବେଳେ ଏବେ ଆଉ ୩ ମାସ ସମୟସୀମା ବଢାଯାଇଛି । ଆଜି ବିଧାନସଭାରେ ମଧ୍ୟ ବିଧାୟକ ମାନେ ସମୟ ସୀମା ବୃଦ୍ଧି କରିବାକୁ ଦାବି କରିଥିଲେ ।