କନକ ବ୍ୟୁରୋ : ଗୋ-ପାଳନ କ୍ଷେତ୍ରରେ ବିଦେଶୀ ଫର୍ମୁଲା ଆପଣାଇଲା ଓଡିଶା । ରାଜ୍ୟରେ ବଢିବ ମାଈ ବାଛୁରୀ ସଂଖ୍ୟା । ଗୋ-ପାଳନର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ‘ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ୱାରା କୁତ୍ରିମ ପ୍ରଜନନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ କୃଷି ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ୱାରା ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଇ ବାଛୁରୀ ଜନ୍ମ ହୋଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ପାଇବ ।
ଲିଙ୍ଗ ନିରୂପିତ ଶୁକ୍ରାଣୁ ଟେକ୍ନୋଲୋଜି ରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ମାଈ ବାଛୁରୀ ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଏହା ଦ୍ବାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ।