ମନ୍ଦିର ନା ମସଜିଦ୍ ! ଅଯୋଧ୍ୟାରେ ବିବାଦୀୟ ଜମି କାହାର ? ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ ।

Advertisment
ମନ୍ଦିର ନା ମସଜିଦ୍ ! ଅଯୋଧ୍ୟାରେ ବିବାଦୀୟ ଜମି କାହାର ? ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ ।

image courtesy - www.mynation.com

କନକ ବ୍ୟୁରୋ : ଅଯୋଧ୍ୟାରେ ବିବାଦୀୟ ଜମି କାହାର ? ଏ ସଂପର୍କିତ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାମଜନ୍ମ ଭୂମି ବାବ୍ରୀ ମସ୍ଜିଦ୍ ସଂପର୍କିତ ମାମଲାର ବିଚାର ଲାଗି ସୁପ୍ରିମକୋର୍ଟ ଏକ ନୂଆ ଖଣ୍ଡପୀଠ ଗଠନ କରିଛନ୍ତି। ଅକ୍ଟୋବର ୨୯ ତାରିଖ ଠାରୁ ଏହି ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏହି ନୂତନ ଖଣ୍ଡପୀଠ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଏସ୍.କେ.କାଉଲ୍ ଓ ଜଷ୍ଟିସ୍ କେ.ଏମ୍. ଯୋଶେଫଙ୍କୁ ନେଇ ଗଠନ କରାଯାଇଛି। ଅକ୍ଟୋବର ୨୯ ଠାରୁ ମାମଲାର ନିୟମିତ ଶୁଣାଣି କରାଯିବ କିମ୍ବା ନିର୍ଦ୍ଦିଷ୍ଟ ତାରିଖରେ ଶୁଣାଣି କରାଯିବ ତାହା ନିଷ୍ପତ୍ତି କରାଯିବ।

publive-image

ଉଲ୍ଲେଖଯୋଗ୍ୟ କି ଏହା ପୂର୍ବରୁ ବିଦାୟୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଅବଦୁଲ୍ ନାଜିର୍ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଜଷ୍ଟିସ ମିଶ୍ର ଓ ଜଷ୍ଟିସ ଭୂଷଣ କହିଥିଲେ ଯେ,

- ନମାଜ ସଂପର୍କରେ କୋର୍ଟଙ୍କ ମନ୍ତବ୍ୟ ଧର୍ମୀୟ ପ୍ରସଙ୍ଗରେ ନଥିଲେ

- ଏଭଳି ମନ୍ତବ୍ୟ କେବଳ ଜମି ଅଧିଗ୍ରହଣ ପ୍ରସଙ୍ଗରେ ଦିଆଯାଇଥିଲା

- ସବୁ ଧର୍ମ ଓ ଉପସନା ସ୍ଥଳୀ ଯେମିତିକି ମନ୍ଦିର ଓ ମସଜିଦ୍ ସମାନ

- ତେଣୁ ମୂଳ ଜମି ବିବାଦର ଶୁଣାଣିକୁ ଆଉ ବିଳମ୍ବ କରାନଯାଉ

- ଅକ୍ଟୋବର ୨୯ରୁ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ

- ଏହାକୁ ଆଉ ବୃହତ ବେଂଚରେ ଶୁଣାଣି କରିବା ଆବଶ୍ୟକତା ନାହିଁ

publive-image

ହେଲେ ଜଷ୍ଟିସ ଅବଦୁଲ ନଜିର ଏଥିରେ ଏକମତ ହୋଇନଥିଲେ । ସେ କହିଥିଲେ ଯେ

- ଧର୍ମୀୟ ଭାବନା ଆଧାରରେ ଇସଲାମରେ ମସଜିଦର ଆବଶ୍ୟକତା ଅଛି କି ନାହିଁ ତାର ବିଚାର କରାଯାଉ

- ଏଥିପାଇଁ ଏକ ବୃହତ୍ ବେଂଚ ଦ୍ୱାରା ଧର୍ମୀୟ ନୀତି ନିୟମ କଣ ରହିଛି ତାର ବିସ୍ତୃତ ଭାବେ ତର୍ଜମା ହେଉ

ଜଷ୍ଟିସ ନାଜିରଙ୍କ ଭିନ୍ନମତ ସତ୍ୱେ ୨/୧ରେ ନମାଜ ମାମଲାକୁ ଖାରଜ କରାଯିବା ସହ ବୃହତ ବେଂଚକୁ ସ୍ଥାନାନ୍ତର ପରିବର୍ତେ ତିନି ଜଣିଆ ବେଂଚରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣି ଆଗାମୀ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe