କନକ ବ୍ୟୁରୋ: ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁହେବ ନୂଆ କରିକୁଲମ୍ । ନୂଆ ବ୍ୟବସ୍ଥାରେ ପଢିବେ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀ କରି ନୂଆ ଶିକ୍ଷା ପ୍ରଣାଳୀ ବିଷୟରେ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ବର୍ଷର ପାଠପଢା ଅଧାଅଧି ଆରମ୍ଭ ହୋଇ ଯାଇଥିବାରୁ ଏଥର କେବଳ ନବମ ଶ୍ରେଣୀରେ ଲାଗୁ ହେବ ଏହି ସିଲାବସ୍ । ଆଉ ଆସନ୍ତା ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସ୍ରେ ପାଠ ପଢିବେ । ଛାତ୍ରଛାତ୍ରୀଙ୍କ ପାଠପଢା ସମେତ ଶାରୀରିକ ଅଭିବୃଦ୍ଧି ଏବଂ ସମ୍ପୂର୍ଣ୍ଣ ବିବାଶ ପାଇଁ ଆସ୍ପିରେସନାଲ କମ୍ପୋନେଂଟ୍ସ୍ ଜରିଆରେ ୪ଟି ଗ୍ରୁପ୍ ଜରିଆରେ ନୂଆ ବିଷୟରେ ପାଠ ପଢିବେ ଛାତ୍ରଛାତ୍ରୀ । ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ- କରିକୁଲାର ଆକ୍ଟିଭିଟିଜ୍, ବେସିକ୍ ଆଇଟି ସ୍କିଲ୍ସ୍କୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ପ୍ରତିଟି ବିଷୟ ପାଇଁ ରହିବ ୨୫ ମାର୍କ ।
ବର୍ଷ ଅଧାରେ ନୂଆ ସିଲାବସ୍
ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ବିଷୟ
- ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ
- ନବମ ଓ ଦଶମ ଶ୍ରେଣୀ ପାଇଁ ଆସ୍ପିରେସନାଲ କମ୍ପୋନେଂଟ୍ସ୍
- ଚଳିତ ବର୍ଷ କେବଳ ନବମ ଶ୍ରେଣୀ ପାଇଁ ଲାଗୁ ହେବ
- ଆସ୍ପିରେସନାଲ କମ୍ପୋନେଂଟ୍ସ୍ରେ ରହିଛି ୪ଟି ଗ୍ରୁପ୍
- ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱର୍କ, କୋ-କରିକୁଲାର ଆକ୍ଟିଭିଟି, ବେସିକ୍ ଆଇଟି ସ୍କିଲ୍
- ଗ୍ରୁପ୍-୧: ବୁକ୍ ରିଭ୍ୟୁରେ ବେଷ୍ଟ ସେଲର ବହି ପଢିବେ ଛାତ୍ରଛାତ୍ରୀ
- ବହି ପଢି ସମରୀ ଲେଖିବେ
- ଗ୍ରୁପ୍-୨: ପ୍ରୋଜେକ୍ଟ ୱର୍କ
- ଗ୍ରୁପ୍-୩: କୋ-କରିକୁଲାର ଆକ୍ଟିଭିଟିଜ୍, ଯେଉଁଥିରେ ରହିବ ୭ଟି କ୍ୟାଟାଗୋରୀ
- ଗ୍ରୁପ୍-୪: ବେସିକ୍ ଆଇଟି ସ୍କିଲ୍
- ଶାରିରୀକ ଅଭିବୃଦ୍ଧି ବାଧ୍ୟତାମୂଳକ ରହିବ
- ପ୍ରତ୍ୟେକ ବିଷୟ ପାଇଁ ରହିବ ୨୫ ମାର୍କ
Follow Us